ଦେଶଦ୍ରୋହୀ ଆଖ୍ୟା ପାଇବାକୁ ନେଇ ଭାବବିହ୍ବଳ ହେଲେ ଜୁବିନ୍‌; ଡିପ୍ରେସନକୁ ଚାଲିଯାଇଛନ୍ତି ମା’

ବମ୍ବେ: ଲୋକଙ୍କ ହୃଦୟରେ ସ୍ଥାନଟିଏ ପାଇବାକୁ କଳାକାରକୁ ଅନେକ ପରିଶ୍ରମ କରିବାକୁ ପଡେ। ହେଲେ ଛୋଟିଆ ଭୁଲ ଲାଗି ସବୁକିଛି ମାଟିରେ ମିଶିଯାଏ। କିଛି ସେଭଳି ଏବେ ଘଟିଛି ଲୋକପ୍ରିୟ ବଲିଉଡ ଗାୟକ ଜୁବିନ୍‌ ନୌଟିଆଲଙ୍କ କ୍ଷେତ୍ରରେ। ଏକ କନ୍‌ସର୍ଟକୁ ନେଇ ତାଙ୍କୁ ଦେଶଦ୍ରୋହୀ କୁହାଯିବା ସହ ଗିରଫ କରାଯିବା ଲାଗି ଦାବି ହେଉଛି। ଏହାକୁ ନେଇ ତାଙ୍କ ମା’ ଡିପ୍ରେସନକୁ ଚାଲି ଯାଇଛନ୍ତି। ଏପରିକି ତାଙ୍କୁ ଭଲ ପାଉଥିବା ଲୋକଙ୍କ କଥାକୁ ସେ ବିଶ୍ୱାସ କରି ପାରୁ ନ ଥିବା କହିଛନ୍ତି।

କଥାଟି ଏପରି। ନିକଟରେ ଜୁବିନ୍‌ ଆମେରିକାରେ ଏକ କନ୍‌ସଟ୍‌ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏଥିରେ ଥିବା ଆୟୋଜକଙ୍କ ନାମକୁ ନେଇ ତୁମ୍ବି ତୋଫାନ ହୋଇଛି। କାରଣ ପ୍ରତିବନ୍ଧ ଲାଗିଥିବା ଖଲିସ୍ତାନୀ ସଂଗଠନ ସହ ଜଡ଼ିତ ଜୟ ସିଂ ଏହି କନସର୍ଟ ଆୟୋଜନ କରୁଥିବା ଲୋକେ ଦାବି କରୁଛନ୍ତି। ଏହାକୁ ନେଇ ଜୁବିନଙ୍କ ଅପରାଧିମାନଙ୍କ ସହ ସମ୍ପର୍କ ଥିବା କୁହାଯାଉଛି। ଜୟ ସିଂଙ୍କୁ ପୋଲିସ ୩୦ ବର୍ଷ ହେଲାଣି ଖୋଜୁଛି। ସେ ପାକିସ୍ତାନୀ ଆଇଏସ୍‌ଆଇ ସଂଗଠନ ସହ ଜଡ଼ିତ ବୋଲି ଚର୍ଚ୍ଚା ହେଉଛି।

ଜୁବିନ୍‌ ଘଟଣାକୁ ନେଇ କହିଛନ୍ତି, ଯାହା କିଛି ଏବେ ହେଉଛି ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଛି। ସବୁଠାରୁ ଅଧିକ ଚିନ୍ତାରେ ରହିଛନ୍ତି ତାଙ୍କ ମା’। ବର୍ଷ ବର୍ଷ ଧରି ଯେଉଁ ନା ସେ କମାଇଥିଲେ। ଏସବୁ ଅଭିଯୋଗ ପରେ ସବୁକିଛି ବରବାଦ ହୋଇଯାଇଛି। ଏପରିକି ଏକ ଦେୟଯୁକ୍ତ ଟୁଇଟର ଥ୍ରେଡ୍‌ରୁ ଏହି ଖବର କରାଯାଇଛି ବୋଲି ସେ କହିଛନ୍ତି। ସେ ଦେଶଦ୍ରୋହୀ କିଭଳି ହେଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

Share