Categories: ଜାତୀୟ

ରାଜନୀତିକୁ ଓହ୍ଲାଇବେ ଏହି ଚର୍ଚ୍ଚିତ ବିଚାରପତି! ଦେଲେ ସଙ୍କେତ

କୋଲକତା,୩।୩: ଆଇଏଏସ ଅଫିସରଙ୍କ ପରେ ରାନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ହାଇକୋର୍ଟ ବିଚାରପତି। ପାଖେଇ ଆସିଲାଣି ନିର୍ବାଚନ। ଏ ଭିତରେ କାହାକୁ ଟିକେଟ୍‌ ମିଳିବ କି ମିଳିବନି ଭିତରେ ଭାଜପା ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ ଅନେକେ ପରବର୍ତ୍ତୀ ତାଲିକାକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଇଣ୍ଡିଆ ମେଣ୍ଟର ଭାଗ ଛିଡୁ ନ ଥିବାବେଳେ କଂଗ୍ରେସର ସହଯୋଗୀ ଦଳ ଗୋଟିକ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି। ତେବେ ଏହାରି ଭିତରେ ଶୁଣିବାକୁ ମିଳୁଛି କି, କୋଲକତା ହାଇକୋର୍ଟର ଜଣେ ଚର୍ଚ୍ଚିତ ବିଚାରପତି ନିର୍ବାଚନ ଲଢିପାରନ୍ତି।

କୋଲକତା ହାଇକୋର୍ଟର ଜଣେ ଚର୍ଚ୍ଚିତ ବିଚାରପତି ତଥା ଶିକ୍ଷକ ନିଯୁକ୍ତି ସ୍କାମ ସମେତ ଅନେକ ମାମଲାରେ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ରାଜନୀତିକୁ ଏଣ୍ଟ୍ରି କରପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସେ ଖୋଦ୍‌ ସଙ୍କେତ ମଧ୍ୟ ଦେଇଛନ୍ତି।
କହିରଖୁଛୁ କି, ମଙ୍ଗଳବାର ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି, ଏହା ପରେ ବଡ ମଇଦାନକୁ ଓହ୍ଲାଇବାକୁ ଯାଉଛି। ଯଦି ରାଜନୀତିରେ ସୁଯୋଗ ମିଳେ ତେବେ ସେ ସୁଯୋଗକୁ ହାତଛଡା କରିବି ନାହିଁ।

ରବିବାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଷ୍ଟିସ ଅଭିଜିତ କହିଛନ୍ତି, ସୋମବାର କୋଲକତା ହାଇକୋର୍ଟରେ ମୋର ଶେଷ ଦିନ। ଆସନ୍ତା କାଲି ସବୁ ମାମଲାର ଶୁଣାଣି କରିବି। ଏହା ପରେ ମଙ୍ଗଳବାର ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇବି।
ତେବେ ଏକ ପ୍ରଶ୍ନର ଉତ୍ତରରେ ଜଷ୍ଟିସ ଅଭିଜିତି ରାଜନୀତିରେ ଏଣ୍ଟ୍ରି କରିବାକୁ ଇଙ୍ଗିତ ଦେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଲଢିବେ କି; ଏହାର ଉତ୍ତରରେ ସେ କହିଛନ୍ତି, ଯଦି କୌଣସି ରାଜନୈତିକ ଦଳ ମୋତେ ଟିକେଟ ଦିଅନ୍ତି, ତେବେ ଏନେଇ ବିଚାର କରିବି। ଇସ୍ତଫା ଦେବାର କାରଣ ପଚରାଯିବାରୁ ସେ କହିଛନ୍ତି, ଶାସକ ଦଳର ଅନେକ ନେତା ମୋତେ ଚ୍ୟାଲେଞ୍ଜ କରିଛନ୍ତି। ତେଣୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି। ଏଥିପାଇଁ ମୁଁ ଶାସକ ଦଳକୁ ଅଭିନନ୍ଦନ ଜଣାଉଛି।

Share