ଟ୍ରମ୍ପ ଦେବେ ଜରିମାନା

ଓ୍ବାଶିଂଟନ୍‌,୨୧।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ କ୍ରମାଗତ ଭାବେ ବଢିବାରେ ଲାଗିଛି। ଟ୍ରମ୍ପଙ୍କ ମାମଲାର ଶୁଣାଣି ସମୟରେ ଫେଡେରାଲ କୋର୍ଟର ବିଚାରପତି ଜାଣିବାକୁ ପାଇଥିଲେ ଯେ, ଟ୍ରମ୍ପଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକୁ ସେ ପାଳନ କରୁନାହାନ୍ତି। ସେଥିଲାଗି କୋର୍ଟ ଅସନ୍ତେଷ ବ୍ୟକ୍ତ କରି ତାଙ୍କୁ ୫ହଜାର ଡଲାର୍‌ ଜରିମାନା କରିଛନ୍ତି। ତେବେ ଭବିଷ୍ୟତର ନିୟମ ଉଲ୍ଲଂଘନ କଲେ ସମ୍ଭାବ୍ୟ ଜେଲ ଯିବାକୁ ପଡିବ ବୋଲି କୋର୍ଟ ସତର୍କ କରାଇଛନ୍ତି। ବିଚାରପତି ଆର୍ଥର ଏନେଙ୍ଗାରନ, ଟ୍ରମ୍ପଙ୍କୁ ଲୟର୍ସ ଫଣ୍ଡ ଅଫ୍‌ କ୍ଲାଇଣ୍ଡ ପ୍ରୋଟେକ୍ସନରେ ୧୦ଦିନ ଭିତରେ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପ ନିଜ ସୋସିଆଲ ମିଡିଆର ଏକ ପୋଷ୍ଟରେ ବିଚାରପତିଙ୍କ କିରାଣୀଙ୍କୁ ଅପମାନିତ କରିଥିଲେ। ଏନେଇ ଅକ୍ଟୋବର ୩ରେ ତାଙ୍କ ଉପରେ ସୀମିତ ପ୍ରତିବନ୍ଧକ ଲଗାଇବାକୁ ବିଚାରପତି ଏନେଙ୍ଗାରନ ନିର୍ଦ୍ଦେଶ ଦେଇଥିଲେ।

Share