Posted inଜାତୀୟ

ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି

ଅହମଦାବାଦ, ୨୩।୧୦:ଗୁଜରାଟର ଗାନ୍ଧୀନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗାନ୍ଧୀନଗରରେ ରହୁଥିବା ମୋରିସ୍‌ ସାମୁଏଲ ଖ୍ରୀଷ୍ଟିଆନ ନାମକ ଅଭିଯୁକ୍ତ ନିଜ କାର୍ଯ୍ୟାଳୟରେ ନକଲି କୋର୍ଟ ସ୍ଥାପନ କରି ବିଭିନ୍ନ ଜମି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ। ଜଜ୍‌ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଧୋକା ଦେଉଥିବା ଅଭିଯୋଗରେ ପୋଲିସ ମଙ୍ଗଳବାର ମୋରିସ୍‌ଙ୍କୁ ଗିରଫ କରିଛି। ସେ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟରେ ପ୍ରକୃତ ଅଦାଲତ ପରି ମାହୋଲ ସୃଷ୍ଟି କରିବା ସହ ନିଜକୁ ଜଜ୍‌ ଭାବେ ଦର୍ଶାଇ ଆଦେଶ ପାରିତ କରୁଥିଲେ।
ପୋଲିସ ସୂଚନା ଅନୁଯାୟୀ, ୨୦୧୯ର ଏକ ସରକାରୀ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ ନିଜ ମହକିଲଙ୍କ ସପକ୍ଷରେ ଆଦେଶ ପାରିତ କରିଥିଲେ। ଏହାପରେ ତାଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରି ପୋଲିସ ତାଙ୍କୁ ଗିରଫ କରିଛି। ଯେଉଁ ଲୋକମାନଙ୍କର ଜମି ବିବାଦ ମାମଲା ସହରର ସିଭିଲ କୋର୍ଟରେ ପଡ଼ି ରହିଥିଲା ସେମାନଙ୍କୁ ମୋରିସ୍‌ ଟାର୍ଗେଟ କରି ଫସାଉଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିବା ପୋଲିସ କହିଛି। ସେ ନିଜ ମହକିଲମାନଙ୍କଠାରୁ ସେମାନଙ୍କର ଜମି ବିବାଦ ସମ୍ବନ୍ଧିତ ମାମଲା ସମାଧାନ କରିବାର ଆଶା ଦେଖାଇ ତାଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନେଉଥିବା ପୋଲିସ କହିଛି। ମୋରିସ୍‌ ନିଜକୁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ମଧ୍ୟସ୍ଥ ଭାବେ ପରିଚୟ ଦେଉଥିବା ପୋଲିସ କହିଛି। ସେ ତାଙ୍କ ମହକିଲମାନଙ୍କୁ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟକୁ ଡକାଉଥିଲେ, ଯାହାକୁ ସେ ଏକ ଅଦାଲତ ପରି ପ୍ରସ୍ତୁତ କରି ରଖିଥିଲେ। ସେ ଟ୍ରିବ୍ୟୁନାଲର ଅଧିକାରୀ ଭାବେ ଆଦେଶ ମଧ୍ୟ ପାରିତ କରୁଥିଲେ। ସେହିପରି ସେ ନିଜର ସହଯୋଗୀମାନଙ୍କୁ ଅଦାଲତର କର୍ମଚାରୀ କିମ୍ବା ଓକିଲ ଭାବେ ଦେଖାଉଥିଲେ। ଏହି ଉପାୟରେ ମୋରିସ୍‌ ୧୧ରୁ ଅଧିକ ବିବାଦୀୟ ଜମି ମାମଲାରେ ନିଜ ସପକ୍ଷରେ ଆଦେଶ ପାରିତ କରିଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୧୯ର ଏକ ବିବାଦୀୟ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ୍‌ ଏକ ୧୦୦ ଏକର ସରକାରୀ ଜାଗାକୁ ନିଜ ନାମରେ କରିବା ପାଇଁ ଆଦେଶ ପାରିତ କରିଥିଲେ। ପୋଲିସ ଉକ୍ତ ମାମଲାରେ ହୋଇଥିବା ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ମହାଁମୁହିଁ ହେବେ ମୋଦି-ଜିନ୍‌ପିଙ୍ଗ: ଦେଖିବ ସାରା ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ ରୁଷର କଜାନରେ ଆୟୋଜିତ ହେଉଛି। ଏହାହା ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଜି ଏକ...

ଲଗାତର ବୋମା ଧମକ: ଆଉ ୫ ସ୍କୁଲ, ୭୯ ବିମାନକୁ ବିସ୍ଫୋରଣରେ ଉଡ଼ାଇବାକୁ ହୋକ୍ସ କଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୨୩ା୧୦:ସପ୍ତାହେ ମଧ୍ୟରେ ଭାରତୀୟ ଏୟାରଲାଇନ୍ସର ୧୬୦ରୁ ଊର୍ଦ୍ଧ୍ୱ ବିମାନକୁ ବୋମା ଧମକ ମିିଳିବା ସରକାରଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ବିଭିନ୍ନ ସ୍କୁଲକୁ ଉଡ଼ାଇଦେବା ପାଇଁ ଇ-ମେଲ୍‌...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’

ଭୋପାଳ, ୨୩।୧୦: ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ...

ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ,୨୩ା୧୦: ଓ୍ବକଫ୍‌ (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍‌ ବୋତଲ...

ଡଲାର, ଏସ୍‌ଡବ୍ଲ୍ୟୁଆଇଏଫ୍‌ଟିରୁ ନିର୍ଭରଶୀଳତା ହ୍ରାସ ଲକ୍ଷ୍ୟ

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ମଙ୍ଗଳବାରଠାରୁ ୩ ଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଉକ୍ତ ସମିଟ୍‌ର ଆୟୋଜନ କରୁଥିବାବେଳେ...

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri