Categories: ଜାତୀୟ

କାର୍‌ରେ ଗଳିକନ୍ଦି ବୁଲି କରୋନା ସଚେତନତା ସୃଷ୍ଟି କରୁଛନ୍ତି ବିଚାରପତି, ଲୋକେ କହିଲେ…

ଭୋପାଳ,୧୦।୪: ମଧ୍ୟପ୍ରଦେଶର ଖରଗୋନରେ ଲକ୍‌ଡାଉନ ହେବାର ୫ ଘଣ୍ଟା ପୂର୍ବରୁ ଜଜ୍‌ ନିଜେ କାର୍‌ରେ ବସି ମାଇକ୍‌ ଯୋଗେ କରୋନା ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି। ବିଚାରପତିଙ୍କ ଏପରି ଜନ ଜାଗରଣ ଦେଖି ଲୋକେ ତାଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା ବି କରୁଛନ୍ତି। ଖରଗୋନରେ ପ୍ରଥମ ଥର ପାଇଁ ଏମିତି କରିଛନ୍ତି ଜିଲା ଜଜ୍‌ ସୁଭାଷ ସୋଲାଙ୍କି। ସହରର ପ୍ରତ୍ୟେକ ଗଳିକନ୍ଦିରେ ସେ ଜନ ସଚେତନତା ସୃଷ୍ଟି କରୁଛନ୍ତି।

ଜଜ୍‌ଙ୍କ ଏପରି ଘୋଷଣା କରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଜ୍‌ ମାଇକ୍‌ ହାତରେ ଧରି ମାସ୍କ ଲଗାଇ ଘୋଷଣା କରିଥିଲେ ଯେ, କରୋନା ମହାମାରୀ ସମୟରେ ଆପଣମାନେ ଜାଗ୍ରତ ହେବା ଦରକାର। ଜଜ୍‌ଙ୍କ ଏପରି ଘୋଷଣା ଶୁଣି ସମସ୍ତ ଦୋକାନୀ ବାହାରକୁ ଚାଲିଆସିଥିଲେ ତାଙ୍କ ସହ ମିଶି ସଚେତନତା ସୃଷ୍ଟି କରିଥିଲେ। ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜବଲପୁର ଏବଂ ଜିଲା ଆଇନ ସେବା ପ୍ରାଧିକରଣ ମଣ୍ଡଳେଶ୍ୱର ଏହା ଅନୁଭବ କରିଥିଲେ ଯେ, ସମସ୍ତ ଲୋକଙ୍କୁ ଏହି ବିଷୟରେ ସଚେତନତ କରିବା ଜରୁରୀ। ଜଜ୍‌ ସମସ୍ତ ଦୋକାନୀଙ୍କୁ ଅନୁରୋଧ କରିଛନ୍ତି କି, ଭାଇମାନେ ଆପଣ ସମସ୍ତେ ମାସ୍କ ପିନ୍ଧନ୍ତୁ। ମାସ୍କକୁ ଶତ ପ୍ରତିଶତ ଉପଯୋଗ କରନ୍ତୁ। ମୁହଁ ସହିତ ନାକକୁ ମଧ୍ୟ ସମ୍ପୂର୍ଣ୍ଣ ଘୋଡ଼ାଇ ରଖନ୍ତୁ। ଜଜ୍‌ ସହରର ଗଳିକନ୍ଦିରେ ଏମିତି ଜାଗରଣ ସୃଷ୍ଟି କରି କୋର୍ଟରେ ପହଞ୍ଚତ୍ଥିଲେ। ଜଜ୍‌ଙ୍କ ଏପରି ଜନହିତକର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ।

Share