Categories: ଜାତୀୟ

ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଚାରପତି

ଭୋପାଳ,୩।୪: ଏକ ସଡ଼କ ଦୁର୍ଘଟଣାରେ ମଧ୍ୟପ୍ରଦେଶ ଛତ୍ରପୁର ଜିଲା ଅଦାଲତର ବିଚାରପତିଙ୍କ ମୃତ୍ୟୁ ଘଟିଛି। ଏଥିରେ ତାଙ୍କର ସହକର୍ମୀ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ଜିଲା ସଦରମହକୁମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣାର ଘଟିଥିବା ଡିଏସ୍‌ପି ଶଶାଙ୍କ ଜେନା କହିଛନ୍ତି।

ଶନିବାର ସାଗର-କାନପୁର ରାଜପଥ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଟ୍ରାକ୍ଟର ଟ୍ରଲିକୁ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇଥିଲା। ଫଳରେ ଛତ୍ରପୁର ଜିଲା କୋର୍ଟର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଋଷି ତିଓ୍ବାରୀଙ୍କ ମୃତ୍ୟୁ ଘଟିଥିଲା। ଏପରିକି ତାଙ୍କ ସହ ଥିବା ଅନ୍ୟ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଶିଷ ମାଥୋରିଆ ଏବଂ ଶାଳକ ରାମ ଦିନକର ଆହତ ହୋଇଥିଲେ। ଉଭୟଙ୍କୁ ଗ୍ବାଲିୟର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାରୀ କାର୍ଯ୍ୟରେ ସେମାନେ ଛତ୍ରପୁର ଜିଲା ସଦର ମହକୁମାକୁ ଯାଉଥିଲେ। ସରକାରୀ କାର୍ଯ୍ୟରେ ସେମାନେ ଛତ୍ରପୁର ଜିଲା ସଦର ମହକୁମାକୁ ଯାଉଥିଲେ।

Share