Categories: ଜାତୀୟ

ରାହୁଲଙ୍କ ଦଣ୍ଡାଦେଶ କାଏମ ରଖିଥିବା ବିଚାରପତିଙ୍କ ବଦଳି, ୨୩ ବିଚାରପତି ବଦଳିଲେ…

ନୂଆଦିଲ୍ଲୀ,୧୨।୮ : ଦେଶର ବିଭିନ୍ନ ହାଇକୋର୍ଟର ୨୩ ଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଯେଉଁ ବିଚାରପତିଙ୍କୁ ବଦଳି କରାଯିବ ସେମାନଙ୍କ ମଧ୍ୟରେ ଗୁଜରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚ୍ଛକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଜୁଲାଇ ୭ ରେ, ଜଷ୍ଟିସ ପ୍ରଚ୍ଛକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତ ରଖିବାକୁ ଆବେଦନକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମକୁ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ପରିଚାଳନା କରିଥିଲେ ଏବଂ ଏଥିରେ ଜଷ୍ଟିସ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତ ମଧ୍ୟ ରହିଥିଲେ।

ଅଗଷ୍ଟ ୩ ରେ ସୁପ୍ରିମକୋର୍ଟ କଲେଜିୟମ ବୈଠକ କରିଥିଲେ। ଉତ୍ତମ ପ୍ରଶାସନ ଏବଂ ନ୍ୟାୟ ପାଇଁ ନଅ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରାଯାଇଥିଲା। କଲେଜିୟମର ରିଜୋଲ୍ୟୁଶନ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ ହୋଇଛି। ସେହି ଅନୁଯାୟୀ ଗୁଜରାଟ ହାଇକୋର୍ଟର ଚାରିଜଣ ବିଚାରପତି, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଚାରିଜଣ ବିଚାରପତି ଏବଂ ଆହ୍ଲାବାଦ ହାଇକୋର୍ଟର ଜଣେ ବିଚାରପତିଙ୍କୁ ବଦଳି କରାଯାଇଛି।

Share