ନୂଆଦିଲ୍ଲୀ,୧୩।୧୦ : ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବା ଉପରେ ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟ ୧୦ ଦିନ ଶୁଣାଣି କରିଥିଲେ ଏବଂ ଏହା ପରେ ୨୨ ସେପ୍ଟେମ୍ବରରେ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ କର୍ନାଟକ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହାକୁ ନେଇ ରାଜ୍ୟରେ ଧ୍ରୁବୀକରଣ ରାଜନୀତି ହେବାର ସମ୍ଭାବନା ରହିଛି। ତେବେ ଏହି ମାମଲାରେ ବିଚାରପତିଙ୍କ ରାୟ ମଧ୍ୟ ଭିନ୍ନ ଭିନ୍ନ ରହିଛି। ବିଚାରପତି ହେମନ୍ତ ଗୁପ୍ତ ାକର୍ନଟକ ହାଇକୋର୍ଟଙ୍କ ରାୟ ସହିତ ସହମତ ହୋଇଛନ୍ତି। ଏହା ସହିତ ସେ କର୍ନାଟକ ହାଇକୋର୍ଟଙ୍କ ରାୟ ବିରୋଧରେ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।
ଏହା ସହିତ ବିଚାରପତି ହେମନ୍ତ ଗୁପ୍ତା ଏବଂ ସୁଧାଂଶୁ ଧୁଲିଆଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ମାମଲାକୁ ବୃହତ ଖଣ୍ଡପୀଠରେ ବିଚାର ଲାଗି ପ୍ରଧାନ ବିଚାରପତିଙ୍କ ପାଖକୁ ପଠାଇଥିବା ସୂଚନା ଦେଇଛନ୍ତି।