Categories: ଜାତୀୟ

ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ଅପେକ୍ଷା କର, ହିଜାବ୍‌ ମାମଲାରେ ସିଜେଆଇଙ୍କ ଜବାବ…

ନୂଆଦିଲ୍ଲୀ, ୨।୮ : ସୁପ୍ରିମକୋର୍ଟରେ କର୍ନାଟକ ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ସେ ଏକ ବେଞ୍ଚ ଗଠନ କରିବେ ବୋଲି ସିଜେଆଇ ଏନ.ଭି. ରମନା କହିଛନ୍ତି। ଜଣେ ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ତେଣୁ ଅପେକ୍ଷା କର ବୋଲି ରମନା ଜବାବ ଦେଇଛନ୍ତି। ବିଚାରପତି ସୁସ୍ଥ ହେବା ପରେ ମାମଲାର ଶୁଣାଣି ଆରମ୍ଭ ହେବ।

ଏହାପୂର୍ବରୁ ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଆରୋରା ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ। ମାର୍ଚ୍ଚରୁ ଏହି ଆବେଦନ ବିଚାରାଧୀନ ଅଛି ବୋଲି ସେ କହିଥିଲେ।

ରମନା କହିଛନ୍ତି ଯେ ସେ ଏହି ମାମଲାରେ ଏକ ବେଞ୍ଚ ଗଠନ କରିବେ, ଯଦି ବିଚାରପତି ଅସୁସ୍ଥ ହୋଇ ନଥାନ୍ତେ ତେବେ ମାମଲାର ଶୁଣାଣି ଆରମ୍ଭ ହୋଇ ସାରନ୍ତାଣି ହିଜାବ ମାମଲାରେ ମୂଳ ଆବେଦନକାରୀ ଛାତ୍ରୀ ଏବଂ ଅନ୍ୟମାନେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଏଥିରେ ଚ୍ୟାଲେଞ୍ଜ କରାଯାଇଛି। ହିଜାବ ନିଷେଧାଦେଶ ଉପରେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଦାବି କରାଯାଇଛି।

କର୍ନାଟକ ହାଇକୋର୍ଟଙ୍କର ଫୁଲ ବେଞ୍ଚ ରାୟରେ କହିଥିଲେ ଯେ, ହିଜାବ ପିନ୍ଧିବା ଇସଲାମ ଧର୍ମର ବାଧ୍ୟତାମୂଳକ ଅଭ୍ୟାସର ଏକ ଅଂଶ ନୁହେଁ। ୟୁନିଫର୍ମ ନିଶ୍ଚିତ କରିବା ହେଉଛି ମୌଳିକ ଅଧିକାର ଉପରେ ଏକ ଯୁକ୍ତିଯୁକ୍ତ ପ୍ରତିବନ୍ଧକ। ଏହା ସହିତ ହାଇକୋର୍ଟ କର୍ନାଟକ ସରକାରଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସରକାରୀ ଆଦେଶ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ଆବେଦନକାରୀମାନେ ଶୀର୍ଷକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share