Advertisement

ବିଚାରପତିଙ୍କୁ ହତ୍ୟା ମାମଲା, ଜାଣି ଅଟୋ ଦେଇଥିଲା ଧକ୍କା, ସିବିଆଇ ରିପୋର୍ଟ..

ରାଞ୍ଚି,୨୩।୯: ଝାଡ଼ଖଣ୍ଡର ବିଚାରପତି ଉତ୍ତମ ଆନନ୍ଦଙ୍କୁ ଜୁଲାଇରେ ହତ୍ୟା କରାଯାଇଥିଲା। ସେ ମର୍ନିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହାର ଯାଞ୍ଚ୍‌ କରି ସିବିଆଇ ଟିମ୍‌ ପକ୍ଷରୁ ଗୁରୁବାର ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତମଙ୍କୁ ଜାଣିଶୁଣି ଅଟୋ ଧକ୍କାଦେଇଛି।

ସିବିଆଇ ପକ୍ଷରୁ ସିସିଟିଭି ଫୁଟେଜ୍‌, ଥ୍ରୀ-ଡି ଆନାଲିସିସ୍‌ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମୁମ୍ବାଇ, ଦିଲ୍ଲୀ, ଗୁଜରାଟର ଗାନ୍ଧିନଗର ଆଦିରୁ ସିବିଆଇର ୪ ଭିନ୍ନ ଭିନ୍ନ ଫେରୋନସିକ୍‌ ଟିମ୍‌ ଏହି ଘଟଣାର ପ୍ରମାଣ ଯାଞ୍ଚ୍‌ କରିଛନ୍ତି। ତଥ୍ୟ ଆଧାରରେ ସିବିଆଇ ଟିମ୍‌ ପକ୍ଷରୁ ଏଭଳି ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ,ଏହି ମାମଲାରେ ଅଟୋ ଚାଳକ ଲଖନ ବର୍ମା ଏବଂ ହେଲ୍‌ପର୍‌ ରାହୁଲ ବର୍ମାଙ୍କୁ ଗିରଫ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share