Categories: ଜାତୀୟ

୭ ବିଚାରପତିଙ୍କ ବଦଳି…

ନୂଆଦିଲ୍ଲୀ,୧୧।୧୦: ହାଇକୋର୍ଟର ୭ ବିଚାରପତିଙ୍କୁ ବଦଳି କରାଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ପକ୍ଷରୁ ହୋଇଥିବା ସୁପାରିଶକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ରଞ୍ଜନ ଗୁପ୍ତାଙ୍କଚୁ ପାଟନା ହାଇକୋର୍ଟକୁ ବଦଳି କରାଯାଇଛି।

ସେହିପରି ମାଡ୍ରାସ୍‌ ହାଇକୋର୍ଟର ବିଚାରପତି ଟି.ଏସ୍‌. ଶିବାଗନମ୍‌ଙ୍କୁ କୋଲକାତା ହାଇକୋର୍ଟ, ବିଚାରପତି ପି.ବି. ବଜନ୍ଥରାଙ୍କୁ କର୍ନାଟକ ହାଇକୋର୍ଟରୁ ପାଟନା ହାଇକୋର୍ଟ, ବିଚାରପତି ସଞ୍ଜୀବ ପ୍ରକାଶ ଶର୍ମାଙ୍କୁ ରାଜସ୍ଥାନରୁ ପାଟନା, ବିଚାରପତି ଟି.ଅମରନାଥ ଗୌଡଙ୍କୁ ତେଲେଙ୍ଗାନାରୁ ତ୍ରିପୁରା ଏବଂ ବିଚାରପତି ସୁଭାଷ ଚନ୍ଦ୍ରଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଛି।

କେନ୍ଦ୍ରୀୟ ଆଇନମନ୍ତ୍ରୀ କିରେନଜ ରିଜିଜୁ ଏନେଇ ଟୁଇଟ୍‌ କରି ସୂଚନା ପ୍ରଦାନ କରିଛନ୍ତିି।

Share