ପାଟନା,୨୧।୫: ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ୧୦ କି ୨୦ ବର୍ଷ ନୁହେଁ ଲାଗିଯାଇଛି ୧୦୮ ବର୍ଷ। ପାଟନାର ଭୋଜପୁର ଜିଲାର ଏ ଘଟଣା। ଦରବାରି ସିଂ ନାଥୁନି ଖାନ୍ ନାମରେ ଜଣେ ବ୍ୟକ୍ତିଙ୍କଠାରୁ ଜମି କିଣିଥିଲେ । କିଣାଯାଇଥିବା ଜମି କୋଇଓ୍ବାର ନଗର ଅଧିନରେ ଆସୁଥିଲା। ଅଭିଯୋଗ ନେଇ ସମସ୍ତ ଦସ୍ତାବିଜ୍ ଉଈ ନଷ୍ଟ କରିଦେଇଥିଲେ ମଧ୍ୟ ଅତିରିକ୍ତ ଜିଲା ଏବଂ ସେସନ୍ସ ଜଜ୍ ଶ୍ୱେତା ସିଂ ଅତୁଲ ସିଂଙ୍କ ସମକ୍ଷରେ ଶୁଣାଣି କରିଛନ୍ତି। ୧୯୧୧ରେ ନାଥୁନଙ୍କ ମୃତ୍ୟୁ ହୋଇଥିଲା। ୧୯୧୪ରେ ଅତୁଲ ସିଂଙ୍କ ଜେଜେ ବାପା ଦରବାରୀ ସିଂଙ୍କ ଦ୍ୱାରା କରାଯାଇଥିଲା। ନାଥୁନଙ୍କ ମୃତ୍ୟୁ ପରେ ପାଖାପାଖି ୯ଏକର ଜମିକୁ ବ୍ରିଟିଶ ସରକାର ଜବତ କରି ନେଇଥିଲେ। ଭାରତ ପାକିସ୍ତାନ ବିଭାଜନ ସମୟରେ ନାଥୁନଙ୍କ ପରିବାର ଭାରତ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ। ତେବେ ଦାଏର ମାମଲାରେ ନାଥୁନଙ୍କ ପରିବାର ଲୋକଙ୍କ ଅନୁପସ୍ଥିତି ମାମଲାକୁ ଅଧିକ ଜଟିଳ କରିଦେଇଥିଲା, ଯାହାପାଇଁ ଏହି ମାମଲା ୪ପିଢ଼ି ପର୍ଯ୍ୟନ୍ତ ନ୍ୟାୟାଳୟରେ ପଡ଼ି ରହିଥିଲା। ଅତୁଲଙ୍କ ସପକ୍ଷରେ ରାୟ ଆସିବା ପରେ ସେ ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ଙ୍କ ନିକଟକୁ ଯାଇ ଜମିର ମାଲିକାନା ନେଇ ପାରିବେ ବୋଲି କୋର୍ଟ ଶୁଣାଣିରେ କହିଛନ୍ତି।