ଜୁଡିସିଆଲ ଆର୍କାଇଭ୍‌ ପ୍ରକଳ୍ପ ଭାରତରେ ଅଦ୍ୱିତୀୟ: ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୯।୧: ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ଓ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍‌ ବିଲଡିଂର ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ବିନିତ୍‌ ସରନ୍‌ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁଡିସିଆଲ ଆର୍କାଇଭ୍‌ ପ୍ରକଳ୍ପ ଭାରତରେ ଅଦ୍ୱିତୀୟ। ଏହା ଏକ ନିଆରା ପଦକ୍ଷେପ। ଏହା କେବଳ ଐତିହ୍ୟକୁ ସଂଗ୍ରହ କରିବ ତା ନୁହେଁ, ବରଂ ଅନୁଷ୍ଠାନର ସାମୂହିକ ସ୍ମୃତି ଏବଂ ଇତିହାସର ମୁକସାକ୍ଷୀ ପାଲଟିବ। ପ୍ରତିଷ୍ଠାନ ଗବେଷଣା ଓ ଇତିହାସକୁ ପରଖିବା ପାଇଁ ଏହା ସୁଯୋଗ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହାଇକୋର୍ଟ ନ୍ୟାୟିକ ଇତିହାସକୁ ବଞ୍ଚାଇ ରଖିବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ଦିଗରେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ନ୍ୟାୟିକ ଐତିହ୍ୟ ଉପରେ ସଚେତନତା ବୃଦ୍ଧି ପାଇଁ ଏକାଡେମିକ୍‌ ଜର୍ନାଲ୍‌ ପ୍ରକାଶନ ତଥା ରାଜ୍ୟ, ଦେଶର ଅନ୍ୟାନ୍ୟ ଆର୍କାଇଭ୍‌ ପ୍ରତିଷ୍ଠାନ ସହିତ ଅଭିଲେଖାଗାର ରେକର୍ଡ ବାଣ୍ଟିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଏଥିସହ ସେ କର୍ମଚାରୀଙ୍କ ଆବାସିକ କମ୍ପ୍ଲେକ୍ସ ଉପରେ ଖୁସି ବ୍ୟକ୍ତ କରିବା ସହ ପ୍ରକଳ୍ପର ଡିଜାଇନ୍‌କୁ ପ୍ରଶଂସା କରିଥିଲେ। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଛନ୍ତି, ହାଇକୋର୍ଟ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ। ଏହି ଅବସରରେ ସେ ପୁରୁଣା ରେକର୍ଡଗୁଡ଼ିକର ସଂରକ୍ଷଣ ଏବଂ ଡିଜିଟାଇଜେଶନ୍‌ ବିଷୟରେ ଚିନ୍ତା କରିବାକୁ ପ୍ରେରଣା ଯୋଗାଇଥିବା ଅନୁଭୁତିକୁ ବଖାଣିଥିଲେ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ମୁଖ୍ୟ ବିଚାରପତି ପ୍ରଶଂସା କରିଥିଲେ। ସେହିପରି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିନିତ୍‌ ସରନ୍‌ ଯୋଗଦେଇ ଉଭୟ ପ୍ରକଳ୍ପ ପାଇଁ ଖୁସି ବ୍ୟକ୍ତ କରି କହିଥିଲେ ଯେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ସମୟରେ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରିବା ତାଙ୍କର ସ୍ବପ୍ନ ଥିଲା। ଏବେ ଏଥିପାଇଁ ସେ ମୁରଲୀଧରଙ୍କୁ ପ୍ରଶଂସା କରିଥିଲେ। ନ୍ୟାୟିକ ଅଭିଲେଖାଗାର ଜଷ୍ଟିସ୍‌ ସରନ୍‌ କହିଛନ୍ତି, ଓଡ଼ିଶା ବର୍ତ୍ତମାନ ଡିଜିଟାଇଜେଶନ୍‌ ଏବଂ ଭର୍ଚ୍ଚୁଆଲ୍‌ କୋର୍ଟ ଶୁଣାଣି କ୍ଷେତ୍ରରେ ଆଗଧାଡ଼ିର ହୋଇପାରିଛି। ଏହି ଦୁଇଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍‌ ବିଲଡିଂ ପ୍ରକଳ୍ପ। ଏହି ଜୁଡିସିଆଲ ଆର୍କାଇଭ୍‌ ବିଲ୍‌ଡିଂ ବା ସଂଗ୍ରହାଳୟ ପାଇଁ ୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଠାରେ ୨୦୦ବର୍ଷର ପୁରୁଣା ବିଭିନ୍ନ ନ୍ୟାୟିକ ଦସ୍ତାବିଜ ସଂଗୃହୀତ ହୋଇ ରହିବ ଓ ଏହା ଉପରେ ଗବେଷଣା କରାଯିବ। ସିଡିଏ ସେକ୍ଟର ୧ରେ ୧.୮୮୪ ଏକର ଜମି ଉପରେ ଜୁଡିସିଆଲ୍‌ ଆର୍କାଇଭ୍‌ ପାଇଁ ଏକ ପୃଥକ କୋଠା ନିର୍ମାଣ କରାଯିବ। ଏହି ବିଲ୍‌ଡିଂରେ ରେକର୍ଡ, ସଂରକ୍ଷଣ ଲାବୋରେଟୋରି ଲାଇବ୍ରେରି, ଅନୁସନ୍ଧାନ କକ୍ଷ, ଅଭିଲେଖାଗାର, ସମ୍ମିଳନୀ କକ୍ଷ ଏବଂ ପ୍ରଦର୍ଶନୀ କ୍ଷେତ୍ର ପାଇଁ କ୍ୟାଣ୍ଟିନ ରୁମ୍‌ର ବ୍ୟବସ୍ଥା ରହିବ। ନିର୍ମାଣ କାର୍ଯ୍ୟ ୧୫ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ହାଇକୋର୍ଟଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟର କର୍ମଚାରୀଙ୍କ ପାଇଁ ଏକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସେକ୍ଟର ୧୩ ଠାରେ ୧୦ ଏକର ଜମିରେ ନିର୍ମାଣ କରାଯିବ। ପ୍ରସ୍ତାବିତ କମ୍ପ୍ଲେକ୍ସରେ ୧୨ଟି ଟାୱାରରେ ୨୦୦ଟି ଡି-ଫ୍ଲାଟ ଏବଂ ୩୫୦ଟି ଇ-ଫ୍ଲାଟ ରହିବ। ଯେଉଁଥିରେ କମ୍ୟୁନିଟି ସେଣ୍ଟର, କ୍ରୀଡ଼ା କେନ୍ଦ୍ର, ବଗିଚା, ଶିଶୁ ଉଦ୍ୟାନ, ଲନ୍‌ ଇତ୍ୟାଦି ସୁବିଧା ରହିଛି। ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆର୍‌ଆର୍‌ଡିସି କମିଟିର ସଭାପତି ଜଷ୍ଟିସ ଦେବବ୍ରତ ଦାଶ, ଡ. ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହି, ଜଷ୍ଟିସ ଏମ୍‌.ଏସ୍‌. ସାହୁ, ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର, ଜଷ୍ଟିସ୍‌ ବିପି ଶତପଥି ଏବଂ ଜଷ୍ଟିସ୍‌ ଏସ୍‌କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡ୍‌ଭୋକେଟ୍‌ ଜେନେରାଲ୍‌, ଭାରତର ଡେପୁଟି ସଲିସିଟର ଜେନେରାଲ୍‌ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍‌ ଆସୋସିଏଶନର ଅଫିସ୍‌ ଧାରକ, ପୋଲିସ ମହାନିର୍ଦ୍ଦେଶକ ତଥା ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri