Categories: ଜାତୀୟ

ପୁଣିଥରେ ’ଅତିକ-ଅଶରଫ’ଙ୍କୁ ହେଲା ଗୁଳି

ପ୍ରୟାଗରାଜ,୨୦।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କ ହତ୍ୟା ଘଟଣାରେ ଯାଞ୍ଚ କମିଟି ପ୍ରତିଟି ଦିଗରୁ ଯାଞ୍ଚ କରୁଛି। ଏବେ ୧୫ ଏପ୍ରିଲ ରାତିର ସତ୍ୟ ଜାଣିବାକୁ ହସ୍ପିଟାଲର ସେହି ସ୍ଥାନରେ ସିନ୍‌ ରିକ୍ରିଏଟ କରାଯାଇଛି।
ଯେଉଁଠାରେ ଏମାନଙ୍କୁ ଗୁଳି କରାଯାଇଥିଲା। ଯାଞ୍ଚ ଟିମ ପୋଲିସ ଟିମ ସହ କୋଲଭିନ ହସ୍ପିଟାଲରେ ପହଞ୍ଚି ସେହି ସ୍ଥାନରେ କ୍ୟାମେରା ସାମ୍ନାରେ ସିନ୍‌ ରିକ୍ରିଏଟ କରିଥିଲେ। ଯେଉଁଥିରେ ସେହିଦିନ ଅତିକ ଓ ଅଶରଫ ଗେଟରେ ଏଣ୍ଟ୍ରି କରିବା ସହ ଖବରଦାତାଙ୍କ ସହ କଥା ହେଉଥିଲେ ଓ ସେହି ସମୟରେ ଗୁଳି ଚାଳନା କରାଯାଇଥିଲା ଓ ମାଫିଆଙ୍କ ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ, ୧୫ ଏପ୍ରିଲରେ ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ କୋଲଭିନ ହସ୍ପିଟାଲ ଗେଟ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା।

Share