Categories: ଜାତୀୟ

ନ୍ୟାୟିକ ବ୍ୟବସ୍ଥା ସଶକ୍ତ ହେବା ଅପରିହାର୍ଯ୍ୟ…

ଗାନ୍ଧିନଗର,୧୨।୩ : ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ। ଶନିବାର ଗାନ୍ଧିନଗରରେ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ନ୍ୟାୟିକ ବ୍ୟବସ୍ଥା ସଶକ୍ତ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ସମାବେଶରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ନ୍ୟାୟିକ ବ୍ୟବସ୍ଥା ଠିକ ସମୟରେ ଦୋଷୀଙ୍କୁ ଦଣ୍ଡାଦେଶ ଦେଇପାରିଥାଏ।

ଫଳରେ ଅପରାଧିମାନଙ୍କ ମଧ୍ୟରେ ଭୟ ରୁଏ। ସେ କହିଛନ୍ତି ଯେ ସ୍ବାଧୀନତା ପରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ଼ କରିବା ପାଇଁ କାର୍ଯ୍ୟ କରାଯିବା ଉଚିତ୍‌ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତ ଦେଶ ପଛରେ ରହିଯାଇଛି। ଏବେ ବି ସାଧାରଣ ଲୋକ ପୋଲିସଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି।

ଦେଶରେ ନ୍ୟାୟିକ ବ୍ୟବସ୍ଥାରେ ଏଭଳି ସୁଧାର ଅଣାଯିବା ଆବଶ୍ୟକ, ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ବ୍ୟବସ୍ଥା ପ୍ରତି ବନ୍ଧୁତ୍ୱର ଭାବନାଏବଂ ବିଶ୍ୱାସ ସୃଷ୍ଟି ହୋଇ ପାରିବ।

ଅପରାଧ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ପ୍ରଧାନ କହିଛନ୍ତି ଯେ ଆମେ ଏପରି ଏକ ସମୟରେ ଅଛୁ ଯେଉଁଠାରେ କୌଣସି ଅପରାଧୀଙ୍କୁ ଧରିବା ପାଇଁ ବୈଷୟିକ ଜ୍ଞାନ ରହିବା ଏକ ବଡ଼ ଆହ୍ବାନ। ଯଦି ଆମେ ଟେକ୍ନୋ-ଫ୍ରେଣ୍ଡଲି ନୁହଁ ତେବେ ଅପରାଧୀଙ୍କୁ ଧରିବାକୁ ଅଧିକ ସମୟ ଲାଗେ। ମାତ୍ର ଏହା ଠିକ ସମୟରେ କରାଯିବା ଉଚିତ। ଆଜିକାଲି ଟେକ୍ନୋଲୋଜି ମାଧ୍ୟମରେ ଅନେକ ଅପରାଧ କରାଯାଉଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଯାନ୍ତ୍ରିକ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୃଥିବୀର କୌଣସି ସ୍ଥାନରେ ଶିଶୁ ବିଶ୍ୱବିଦ୍ୟାଳୟ ନାହିଁ। ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଏହିପରି ଦୁଇଟି ବିଶ୍ୱବିଦ୍ୟାଳୟ ଅଛି। ସେ କହିଛନ୍ତି ଯେ ଆଜି ଗାନ୍ଧିନଗର ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପରିଣତ ହେଉଛି। ଏଠାରେ ଆମ ଦେଶରେ ବହୁ ବିଶ୍ୱବିଦ୍ୟାଳୟ ଅଛି ଏବଂ ଦୁଇଟି ଶିଶୁ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି। ଯାହାକି କେବଳ ଭାରତରେ ହିଁ ଅଛି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ କୌଣସି ଫୋରେନସିକ ସାଇନ୍ସ ବିଶ୍ୱବିଦ୍ୟାଳୟ ନାହିଁ। ମାତ୍ର ଏହା ଭାରତରେ ରହିଛି।

ଏହି ଉତ୍ସବରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

Share