Categories: ଜାତୀୟ

ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚୁ: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୨୬।୧୧ : ଲୋକେ ନ୍ୟାୟିକ ବ୍ୟବସ୍ଥା ପାଖରେ ପହଞ୍ଚିବା ପରିବର୍ତ୍ତେ ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚିବା ଜରୁରୀ। ଏହାଦ୍ୱାରା ଆଇନ ବ୍ୟବସ୍ଥାକୁ ବ୍ୟାପକ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି। ଶନିବାର ସମ୍ବିଧାନ ଦିବସ ଅବସରରେ ସୁପ୍ରିମକୋର୍ଟ ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏଭଳି କହିଛନ୍ତି।

ନ୍ୟାୟିକ ବ୍ୟବସ୍ଥାର ବୋଧଗମ୍ୟତା ଦ୍ୱାରା ସାଧାରଣ ଲୋକେ ଏହାକୁ ଗୁଝିପାରିବେ। ଏବଂ ନିର୍ଭୟରେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ହୋଇ ପାରିବେ। ଭାରତୀୟ ସମ୍ବିଧାନ କେବଳ ଆଇନପୀଠର କାହାଣି ନୁହେଁ। ଏହା ମାନବ ସଂଘର୍ଷ ଏବଂ ବଳିଦାନର କାହାଣି। ଏବେ ନ୍ୟାୟିକ ଡାଟା ଗ୍ରୀଡ ହାଇକୋର୍ଟର ୭୭ ଲକ୍ଷ୍ୟ ରାୟର ଏକ ଉପଯୋଗୀ ତଥ୍ୟ ଭାବେ ଉପଲବ୍ଧ ହେଉଛି। ଏହା ଦ୍ୱାରା ବହୁ ଯୁବବର୍ଗ ବିଶେଷ ଉପକୃତ ହୋଇପାରିବେ।

Share