Categories: ଜାତୀୟ

ସାମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ନ୍ୟାୟପାଳିକା: ମୋଦି

ନୂଆଦିଲ୍ଲୀ, ୬।୨: ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଯୋଗାଇ ଦେବା ଏବଂ ସୁଦୃଢ଼ କରିବା କ୍ଷେତ୍ରରେ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଦ୍ୱାରା ନାଗରିକ ଅଧିକାର ସୁରକ୍ଷିତ ହୋଇପାରିଥାଏ ବୋଲି ଶନିବାର ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ସମସ୍ୟା ସମାଧାନ ତଥା ଉପଯୁକ୍ତ ରାୟ ପ୍ରଦାନ ଯୋଗୁ ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସନୀୟତା ବୃଦ୍ଧି ପାଉଥିବା ସେ କହିଛନ୍ତି। ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ଉତ୍ସବରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ସେ ଏଭଳି କହିବା ସହିତ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଗୁଜରାଟ ହାଇକୋର୍ଟ ଲୋକଙ୍କୁ ନ୍ୟାୟ ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏନେଇ ମୋଦି ହାଇକୋର୍ଟ ନ୍ୟାୟପାଳିକାକୁ ପ୍ରଶଂସା କରିଛନ୍ତି।

Share