ଜର୍ମାନୀର ମହିଳା ଜୁଡୋ ଖେଳାଳି ହଠାତ୍ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଫାଇଟ୍ ପୂର୍ବରୁ ମାର୍ଟେନା ଟ୍ରାଜଦୋସଙ୍କ ଏକ ଫଟୋ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ କୋଚ୍ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି।
ମାର୍ଟେନାଙ୍କ ମୁକାବିଲା ହଙ୍ଗେରୀର ମହିଳା ଖେଳାଳି ଜୋଫି ଓଜାବ୍ସଙ୍କ ସହିତ ଥିଲା। ମହିଳାଙ୍କୁ ୬୩ କିଲୋ କାଟାଗୋରୀରେ ରାଉଣ୍ଡ ୩୨ରେ ଜୁଡୋ ମ୍ୟାଚ୍ ଥିଲା। ଗୋଟିଏ ଭାଇରାଲ କ୍ଲିପ୍ରେ ଦେଖିବାକୁ ମିଳିଥିଲା ମାର୍ଟେନା ମ୍ୟାଟ୍କୁ ଆସିବା ପୂର୍ବରୁ ତାଙ୍କ କୋଚ୍ କ୍ଲାଇଡୁ ପୁସାଙ୍କ ପାଖକୁ ଯାଇଥିଲେ। ପୁସା ମାର୍ଟେନାଙ୍କ କାନ୍ଧକୁ ଧରି ତଙ୍କ ପିଠି ଥାପୁଡାଉଥିଲେ। ଏହା ପରେ ତାଙ୍କ ବାମ ପଟ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ମାର୍ଟେନା ଏହା ପରେ ଫାଇଟ୍ କରିବାକୁ ଯାଇଥିଲେ। ଏହି ଫାଇଟ୍ରେ ହଙ୍ଗେରୀ ଖେଳାଳି ତାଙ୍କ ଦବଦବା ଜାରି ରଖିଥିଲେ ଆଉ ମାର୍ଟେନାଙ୍କୁ ହାରିବାର ସାମ୍ନା କରିବାକୁ ପଡ଼ିଥିଲା।
୩୨ ବର୍ଷୀୟା ମାର୍ଟେନା ଜାଣି ନ ଥିଲେ କି ତାଙ୍କ ହାରିବାର କାରଣ ନାହିଁ। କିନ୍ତୁ ଅଲଗା କେଉଁ କାରଣ ଯୋଗୁ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସହ ଅନେକ ଇଣ୍ଟରନେଟ୍ ବ୍ୟବହାରକାରୀ ମାର୍ଟେନାଙ୍କ କୋଚ୍ଙ୍କୁ ସମାଲୋଚନା କରିଥିଲେ। କିନ୍ତୁ ମାର୍ଟେନା ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଏଥିରେ ନିଜ କୋଚଙ୍କୁ ସମର୍ଥନ କରିଥିଲେ। ଏଥିରେ ସେ କ୍ୟାପଶନ ଲେଖିଥିଲେ, ଏହା ପ୍ରତି ଏତେ ଧ୍ୟାନ କାହିଁକି ଦିଆଯାଉଛି। ଏହା ପ୍ରକୃତରେ ଆମ ପ୍ରୋସେସ୍। ମୁଁ ହିଁ କୋଚ୍ଙ୍କୁ ଏପରି କରିବାକୁ କହିଥିଲି। ମୋତେ ଏମିତି ଚାପୁଡ଼ା ମାରିଲେ ମୋ’ ଭିତରେ ଶକ୍ତି ଆସେ।
ସେ ଆହୁରି ଲେଖିଛନ୍ତି, ଦୟାକରି ଆପଣମାନେ ମୋ’ କୋଚ୍ଙ୍କୁ ବଦ୍ନାମ କରନ୍ତୁନି। ମୁଁ ମାନସିକ ସ୍ତରରେ ପ୍ରସ୍ତୁତି ହେବି ବୋଲି ସେ ମୋତେ ଚାପୁଡ଼ା ମାରିଥିଲେ।