ଅଭିନେତାଙ୍କୁ ‘ଅଭିଶପ୍ତ’ କହୁଥିଲେ ଲୋକେ, କାରଣ ଥିଲା କିଛି ଏଭଳି

ବମ୍ବେ: ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କ ହାତରେ ଥିଲା ବଲିଉଡର ନାମୀଦାମୀ ନିର୍ଦ୍ଦେଶକଙ୍କ ଫିଲ୍ମ। ହେଲେ ସେ ହଁ କହିବା ମାତ୍ରେ ବନ୍ଦ ହୋଇଯାଉଥିଲା। ଏଥିପାଇଁ ତାଙ୍କୁ ‘ଅଭିଶପ୍ତ’ ନାମ ମଧ୍ୟ ଦିଆଯାଇଥିଲା। ଆମେ କହୁଛୁ ଅଭିନେତା ଯୁଗଳ ହଂସରାଜଙ୍କ କଥା।

ଶିଶୁ କଳାକାର ଭାବେ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ବଡ ହେବାପରେ ସେ ‘ଆ ଗଲେ ଲଗ୍ ଯା’ ଏବଂ ‘ମୋହବତେ’ ଭଳି ରୋମାଣ୍ଟିକ ଫିଲ୍ମ କରିଥିଲେ। ପରେ କିନ୍ତୁ ତାଙ୍କର ୩୫ ରୁ ୪଼୦ ଫିଲ୍ମ ବନ୍ଦ ହୋଇଯାଇଥିଲା। ଏଥିଲାଗି ସେ ଆଉ ଫିଲ୍ମ ସାଇନ୍ କରି ନ ଥିଲେ। ଲୋକମାନେ ଏଥିପାଇଁ ତାଙ୍କୁ କଟାକ୍ଷ କରିବା ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କୁ ସେ ସବୁର ଫରକ ପଡୁଥିଲା, ହେଲେ ପରେ ପଡି ନ ଥିଲା। ବଡ ପଦକ୍ଷେପ ସ୍ବରୂପ ସେ ଫିଲ୍ମ ଦୁନିଆରୁ ନିଜକୁ ଦୂରେଇ ନେଇଥିଲେ।

୨୦୨୨ରେ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିବା ସିରିଜ ‘ମିସ୍ ମ୍ୟାଚ୍ଡ’ରେ ସେ ଓଟିଟି ଡେବ୍ୟୁ କରିଥିଲେ। ଆସନ୍ତା ୨୬ରେ ସେ ୫୧ ବର୍ଷର ହେବାକୁ ଯାଉଛନ୍ତି।

Share