Categories: ଖେଳ

ସଂଘର୍ଷ କରି ହାରିଲା ଜଗରନଟ୍ସ

ଭୁବନେଶ୍ୱର, ୧ା୧ (ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଦଳ ତେଲୁଗୁ ଯୋଦ୍ଧାସ ନିକଟରୁ ୨୯-୨୮ରେ ପରାଜିତ ହୋଇଛି। ଗୁଜରାଟ ଜାଏଣ୍ଟ୍ସ ନିକଟରୁ ଶନିବାର ପରାଜିତ ହୋଇଥିବା ବେଳେ ରବିବାର ସଂଘର୍ଷ କରିଥିଲେ ମଧ୍ୟ ପରାଜିତ ହୋଇଛି। ଓଡ଼ିଶା ଆରମ୍ଭରୁ ପଛୁଆ ରହିଥିଲେ ମଧ୍ୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଜଗରନଟ୍ସ ଅଧିନାୟକ ଦୀପେଶ ମୋରେ ଚମତ୍କାର ପ୍ରଦର୍ଶନ କରିବା ସହ ଦଳକୁ ଏକ ଡ୍ରିମ୍‌ ରନ୍‌ ପ୍ରଦାନ କରିଥିଲେ। ତେବେ ଅନ୍ତିମ ରାଉଣ୍ଡରେ ଓଡ଼ିଶା ଶେଷ ସେକେଣ୍ଡରେ ୨ ପଏଣ୍ଟ ହାସଲ କରିଥିଲା। ତେବେ ରିଭ୍ୟୁରେ ଓଡ଼ିଶା ଏହି ପଏଣ୍ଟ ହରାଇବା ସହିତ ମ୍ୟାଚ ହାରି ଯାଇଥିଲା। ପ୍ରଥମ ଟର୍ନରେ ତେଲୁଗୁ ଯୋଦ୍ଧାସ ଆଟାକ୍‌ରୁ ୧୦ ପଏଣ୍ଟ ଅର୍ଜନ କରିଥିବା ବେଳେ ଜଗରନଟ୍ସ ୩ ପଏଣ୍ଟ ପାଇଥିଲା। ଜଗରନଟ୍ସ ଆଟାକରେ ୧୨ ପଏଣ୍ଟ ପାଇଥିବା ବେଳେ ଯୋଦ୍ଧାସ ୪ ପଏଣ୍ଟ ଡିଫେଣ୍ଡ କରିଥିଲେ। ଶେଷ ଦୁଇଟି ଟର୍ନରେ ଉଭୟ ଦଳ ୧ ପଏଣ୍ଟ ଲେଖାଏ ଡିଫେଣ୍ଡ କରିଥିବା ବେଳେ ଯୋଦ୍ଧାସ ଆଟାକ୍‌ରୁ ୧୪ ପଏଣ୍ଟ ଅର୍ଜନ କରିଥିଲେ।

 

Share