୫-ଜି ବିରୋଧରେ ଜୁହି

ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିଗୁଡ଼ିକ ୫-ଜି ଟେକ୍ନୋଲୋଜି ଆଣିବା ଦୌଡ଼ରେ ସାମିଲ ହୋଇଥିବାବେଳେ ଭାରତରେ ଏହି ନେଟ୍‌ଓ୍ବର୍କ ବ୍ୟବସ୍ଥା ବିରୋଧରେ ବାହାରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ପରିବେଶ କର୍ମୀ ଜୁହି ଚାଓ୍ବଲା। ଏ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି, ତାର ମୁକ୍ତ ଗ୍ୟାଜେଟ୍‌ ଏବଂ ନେଟ୍‌ୱର୍କ ସେଲ୍‌ ଟାୱାରରୁ ଆରଏଫ୍‌ ବିକିରଣ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ୫-ଜି ନେଟ୍‌ଓ୍ବର୍କ ଦୌଡ଼ରେ ସାମିଲ ହୋଇଥିବା ଭାରତୀୟ କମ୍ପାନୀଗୁଡ଼ିକ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିକୁ ବିପଦରେ ପକାଇବାକୁ ଥିବା କାରକକୁ ଅଣଦେଖା କରିପାରନ୍ତି ଯାହା କି ବେଶ୍‌ ଚିନ୍ତାଜନକ। ଟେକ୍ନୋଲୋଜିର ଅଗ୍ରଗତିରେ ବାଧା ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ନୁହେଁ। କିନ୍ତୁ ବ୍ୟାପକ ମାତ୍ରାରେ ବିକିରଣ ଯୋଗୁ ପୃଥିବୀର ଜୈବ ବିବିଧତା ପ୍ରଭାବିତ ହେବ।

Share