ମହାଭାରତର ଏହି ଭୂମିକା ଲାଗି ଏଗ୍ରିମେଣ୍ଟ କ୍ୟାନ୍‌ସେଲ୍‌ କରି ଦେଇଥିଲେ ଜୁହି, କାରଣ ଜାଣିଲେ…

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ କରିବାକୁ ସେ ଏଗ୍ରିମେଣ୍ଟ ସାଇନ୍‌ କରିଥିଲେ । ମାତ୍ର ପରେ ଚୋପ୍ରାଙ୍କୁ ଏହା ନ କରିବା ପାଇଁ ଅନୁରୋଧ କରିଥିଲେ। ମହାଭାରତର ଦ୍ରୌପଦୀଙ୍କ ଭୂମିକା କରିବାକୁ ଜୁହି ରାଜି ହୋଇଥିଲେ । ମାତ୍ର ଦ୍ରୌପଦୀଙ୍କ ଶୁଟ୍‌ର ୩ ମାସ ପୂର୍ବରୁ ଜୁହିଙ୍କ ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ୍‌’ ରିଲିଜ୍‌ ହୋଇଥିଲା। ପରେ ଜୁହି ଫିଲ୍ମରେ କାମ କରିବାକୁ ଚାହୁଁଥିବା ଚୋପ୍ରାଙ୍କୁ ନିବେଦନ କରି କହିଥିଲେ। ଏ ନେଇ ସେ ତାଙ୍କ ଏଗ୍ରିମେଣ୍ଟ କ୍ୟାନ୍‌ସେଲ୍‌ କରି ଦେଇଥିଲେ।

Share