ବିମାନବନ୍ଦରରେ ହଜିଗଲା ହୀରା ମୁଦି, ଟୁଇଟ୍‌ କରି ସହାୟତା ମାଗିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲାଙ୍କ ଏକ ହୀରା ମୁଦି ମୁମ୍ବାଇ ବିମାନବନ୍ଦରରେ ହଜି ଯାଇଛି। ଏଥିପାଇଁ ସେ ଟୁଇିଟ କରି ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି। ଗତ ୧୫ ବର୍ଷ ଧରି ଏହି ହୀରା ମୁଦି ପିନ୍ଧିଥିଲେ, ଯଦି କେହି ସେମାନଙ୍କୁ ସାହାଯ୍ୟ କରିପାରିବେ, ତେବେ ସେ ବହୁତ ଖୁସି ହେବେ। ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି କେହି ଏହି ମୁଦି ପାଆନ୍ତି, ତେବେ ସେମାନେ ପୋଲିସକୁ ଜଣାଇବା ଉଚିତ୍‌। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ମୁଦି ପାଇ ଦେବେ ସେ ଖୁସି ହେବେ ଏବଂ ତାଙ୍କୁ ପୁରସ୍କୃତ କରିବେ। ସେ ହଜିଥିବା ମୁଦିର ମେଳ ଖାଉଥିବା ଫଟୋ ମଧ୍ୟ ଶେୟାର କରିଛନ୍ତି। ଜୁହି ଚାୱଲାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜୁହି ନିକଟରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ତାଙ୍କୁ ବିମାନବନ୍ଦରରେ ଦେଖାଯାଇଥିଲ। ଏହି ଭିଡିଓ ଶେୟାର କରିବା ସମୟରେ ଜୁହି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଖରାପ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ।

Share