Categories: ଜାତୀୟ

ଟ୍ରେଣ୍ଡରେ ପଛରେ ପଡ଼ିଛନ୍ତି ଭିନେଶ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନ ଲାଗି ଅକ୍ଟୋବର ୫ରେ ଭୋଟ ଗ୍ରହଣ ହୋଇଥିଲା। ସେହିଭଳି ସମସ୍ତ ଆସନରେ ହୋଇଥିବା ମତଗଣନା ଆଜି ଅର୍ଥାତ ଅକ୍ଟୋବର ୮ ସକାଳ ୮ଟାରୁ ଆରମ୍ଭ ହୋଇଛି। ରାଜ୍ୟର ଜିନ୍ଦ ଜିଲାର ଜୁଲାନା ଆସନଟି ହଟ୍‌ ସିଟ୍‌ ମଧ୍ୟରେ ରହିଛି। କାରଣ ଏଠାରୁ ବିବାଦୀୟ ତଥା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌ ନିର୍ବାଚନ ଲଢ଼ୁଛନ୍ତି। ଏଥିଲାଗି ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି।

ଜୁଲାନା ଆସନରେ କଂଗ୍ରେସ ପ୍ରାର୍ଥୀ ଭିନେଶ ଭାଜପା ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କ ସହ ଲଢ଼ୁଛନ୍ତି। ଏଯାବତର ଗଣନା ମୁତାବକ ଭିନେଶ ପଛୁଆ ଅଛନ୍ତି। ଯୋଗେଶଙ୍କଠାରୁ ସେ ୧୪୧୭ ଭୋଟରେ ପଛରେ ଥିବା ଦେଖାଯାଉଛି।

କହିରଖୁଛୁ, ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି। ସମସ୍ତ ଆସନରେ ପ୍ରାୟ ୬୬.୦୨% ମତଦାନ ହୋଇଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହେବା ପରଠାରୁ ଭିନେଶ ପଛୁଆ ରହିଥିବା ଦେଖାଯାଉଛି। ହେଲେ ଯଦି ଏହି ଆସନରେ ଭିନେଶ ବିଜେତା ହୁଅନ୍ତି ତେବେ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଉକ୍ତ ଆସନରେ କଂଗ୍ରେସ ଜିତିବ। ଅପରପକ୍ଷେ ମୋଟ ଆସନ କଥା ବିଚାରକୁ ନେଲେ ଏଯାବତ ଦଳକୁ ପଛରେ ପକାଇ ଭାଜପା ୪୮ ଆନରେ ଆଗୁଆ ରହିଆସୁଛି।

Share