ଓ୍ବିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣର ବାଟ ବନ୍ଦ କଲେ ବ୍ରିଟେନ କୋର୍ଟ

ଲଣ୍ଡନ,୪ା୧- ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣର ବାଟ ବନ୍ଦ କରିଦେଇଛନ୍ତି ବ୍ରିଟେନର ଜିଲା କୋର୍ଟ। ଏକ ଦଶନ୍ଧି ତଳେ ସେ ଆମେରିକୀୟ ସେନାର କିଛି ଗୋପନ ତଥ୍ୟକୁ ଅନଲାଇନରେ ପ୍ରଘଟ କରିଥିଲେ। ଏ ନେଇ ଆମେରିକାରେ ତାଙ୍କ ବିରୋଧରେ ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ କରାଯାଇଥିଲା। ଆମେରିକାର ପକ୍ଷ ରଖିଥିବା ଓକିଲ କହିଛନ୍ତି , ଏଥି ଲାଗି ଆସେଞ୍ଜଙ୍କୁ ସର୍ବାଧିକ ୧୭୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥାନ୍ତା। ଜିଲ୍ଲା କୋର୍ଟ ଜଜ୍‌ ଭେନେସା ବାରାଏଟର ଆସେଞ୍ଜଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେଣ୍ଟ୍ର।ଲ ଲଣ୍ଡନସ୍ଥିତ ଓଲ୍ଡ ବେଲି କୋର୍ଟ ବାହାରେ ଜୁଲିୟାନଙ୍କ ସମର୍ଥକମାନେ ସକାଳୁ ଏକତ୍ରିତ ହୋଇ ‘ଆସେଞ୍ଜଙ୍କୁ ମୁକ୍ତ କର’ ନାରା ଦେଇଥିଲେ। ଦୀର୍ଘ ଏକ ଦଶନ୍ଧି ପରେ ଜୁଲିୟାନଙ୍କ ଆଇନଗତ ବିଜୟ ହୋଇଛି। ହେଲେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ବୋଲି ଆମେରିକା ସରକାର ନୋଟିସ ଦେଇଛନ୍ତି।

Share