Categories: ଖେଳ

ଓଡ଼ିଶାରୁ ଜୁଲି, ମନୀଷା ସାମିଲ

ନୂଆଦିଲ୍ଲୀ,୧୭ା୩(ପି.ଟି.):୨୩ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଦଳର କୋଚ୍‌ ଥୋମାସ ଡେନର୍ବି ଗୁରୁବାର ଭାରତୀୟ ଦଳ ଘୋଷଣା କରିଛନ୍ତି। ଏହି ଦଳ ଚଳିତ ମାସରେ ଜୋର୍ଡାନ ଓ ଉଜବେକିସ୍ତାନ ଗସ୍ତ କରିବ। ଜୋର୍ଡାନରେ ମାର୍ଚ୍ଚ ୧୭ରୁ ୨୨ ମଧ୍ୟରେ ଏବଂ ଉଜବେକିସ୍ତାନରେ ମାର୍ଚ୍ଚ ୨୩ରୁ ୨୯ ମଧ୍ୟରେ ଭାରତୀୟ ଦଳ ମ୍ୟାଚ ଖେଳିବ। ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ପ୍ରସ୍ତୁତି ଭାବରେ ଭାରତ ଏହି ମ୍ୟାଚ୍‌ ଖେଳିବ। ଏପ୍ରିଲ ୪ରୁ ୧୦ ମଧ୍ୟରେ ଖେଳାଯିବାକୁ ଥିବା ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଗ୍ରୁପ୍‌ ସିରେ ସ୍ଥାନ ପାଇଛି। କିର୍ଗିଜସ୍ତାନ ଓ ତୁର୍କମେନିସ୍ତାନ ମଧ୍ୟ ସମାନ ଗ୍ରୁପରେ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ବିଜେତା ଏସିଆର ଶକ୍ତିଶାଳୀ ୫ ଦଳ ସହିତ ଯୋଗ ଦେବ। ଥୋମାସ ଡେନର୍ବି ଏହି ଦଳର କୋଚ୍‌ ରହିଥିବା ବେଳେ ୨୩ ଜଣିଆ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଦୁଇ ପ୍ରତିଭାବାନ ଡିଫେଣ୍ଡର ଜୁଲି କିଶାନ ଓ ମନୀଷା ପାନ୍ନାଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଜୋର୍ଡାନ ଓ ଉଜବେକିସ୍ତାନରେ ମ୍ୟାଚ୍‌ ଖେଳି ସାରିବା ପରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ।
ଭାରତୀୟ ଦଳ
ଗୋଲକିପର: ସୋମ୍ୟା ନାରାୟଣସ୍ବାମୀ, ଶ୍ରେୟା ହୁଦା, ଏଲାଙ୍ଗବାମ ପାନ୍ଥୋଇ ଚାନୁ।
ଡିଫେଣ୍ଡର୍ସ: ଆଶାଲତା ଦେବୀ ଲୋଇଟୋଙ୍ଗବାମ, ସ୍ବିଟି ଦେବୀ ନାନବାମ୍‌, ରିତୁ ରାଣୀ, ରଞ୍ଜନା ଚାନୁ ସୋରୋଖାଇବାମ୍‌, ମିଚେଲ କାଷ୍ଟନା, ଡାଲିମା ଛିବ୍ବର, ମନୀଷା ପାନ୍ନା ଓ ଜୁଲି କିଷାନ।
ମିଡଫିଲ୍ଡର୍ସ: ଶିଲ୍କି ଦେବୀ ହେମମ, ଅଞ୍ଜୁ ତମାଙ୍ଗ, ଇନ୍ଦୁମତୀ କାଥିରସେନ, ସଙ୍ଗୀତା ବାସ୍ଫୋରେ, ରୋଜା ଦେବୀ ଆସେମ, କାର୍ତ୍ତିକା ଅଙ୍ଗମୁଥୁ ଓ କଶ୍ମିନା।
ଫରଓ୍ବାଡର୍‌ସ: ଡାଙ୍ଗମେଇ ଗ୍ରେସ୍‌, ରେଣୁ, କରିଶ୍ମା ଶିର୍ଭୋଇକାର, ସାନ୍ଧିୟା ରଙ୍ଗନାଥନ୍‌ ଓ ଅପୂର୍ଣ୍ଣା ନାର୍ଜାରି।

Share