ସବୁଠୁ ଉତ୍ତପ୍ତ ମାସ ହୋଇପାରେ ଜୁଲାଇ

ଓ୍ବାଶିଂଟନ୍‌,୬ା୭: ଗତ ସୋମବାର ବିଶ୍ୱର ସବୁଠୁ ଉତ୍ତପ୍ତ ଦିନ ଭାବେ ରେକର୍ଡ କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଗ୍ରୀଷ୍ମପ୍ରବାହ ବଢ଼ୁଥିବା ଯୋଗୁ ଜୁଲାଇ ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାଶନାଲ ସେଣ୍ଟର୍ସ ଫର୍‌ ଏନ୍‌ଭାଇରନମେଣ୍ଟାଲ ପ୍ରେଡିକ୍ସନ (ଏନ୍‌ସିଇପି) ରିପୋର୍ଟ ଅନୁସାରେ ଜୁଲାଇ ୩ ତାରିଖର ହାରାହାରି ବୈଶ୍ୱିକ ତାପମାତ୍ରା ୧୭.୦୧ ଡିଗ୍ରୀ ସେଲସିୟସ୍‌କୁ ବୃଦ୍ଧି ଘଟିଛି। ଏହାପୂର୍ବରୁ ୨୦୧୬ ଅଗଷ୍ଟରେ ଏହା ୧୬.୯୨ ଡିଗ୍ରୀ ସେଲସିୟସ୍‌ ଥିଲା ବୋଲି ଜଣାପଡ଼ିଛି।
ଊନ୍ନବିଂଶ ଶତାବ୍ଦୀ ପରଠାରୁ ଜୁଲାଇ ୩ରେ ବୈଜ୍ଞାନିକଙ୍କ ଦ୍ୱାରା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବିଶେଷଜ୍ଞଙ୍କ ମତରେ ମନୁଷ୍ୟକୃତ କାରଣ ଯୋଗୁ ପ୍ରଚୁର ମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଏଲ୍‌ ନିନୋର ମିଶ୍ରଣ ଯୋଗୁ ଦୈନିକ ତାପମାତ୍ରା ବୃଦ୍ଧି ପାଉଛି। ଆଗାମୀ ଦିନରେ ଏଲ୍‌ ନିନୋ ପ୍ରଭାବ ବଢ଼ିବାକୁ ଥିବାବେଳେ ବୈଶ୍ୱିକ ତାପମାତ୍ରାରେ ବୃଦ୍ଧି ଘଟିବା ଆଶଙ୍କା ରହିଛି। ଚଳିତବର୍ଷ ଆରମ୍ଭରୁ ଉଭୟ ସ୍ଥଳଭାଗ ଏବଂ ସମୁଦ୍ର ତାପମାତ୍ରା କ୍ରମାଗତ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ସ୍ପେନ୍‌ରେ ବସନ୍ତ ଋତୁକାଳୀନ ତାତି ରେକର୍ଡ ପରମାଣରେ ବୃଦ୍ଧି କରିଥିବାବେଳେ ଅନେକ ଏସୀୟ ଦେଶରେ ସାମୁଦ୍ରିକ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଛି। ସେହିପରି ଚାଇନାର ଅନେକ ଅଞ୍ଚଳର ତାପମାତ୍ରା ୩୫ଡିଗ୍ରୀ ସେଲସିୟସ୍‌ରୁ ଊର୍ଦ୍ଧ୍ୱ ରହିଛି। ଦକ୍ଷିଣ ଆମେରିକାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବଢ଼ୁଥିବା ତାପମାତ୍ରା ଯୋଗୁ ଭାରତରେ ମଧ୍ୟ ତାତି ଓ ମରୁଡ଼ି ପରିସ୍ଥିତି ଉପୁଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୈଜ୍ଞାନିକଙ୍କ ମତରେ ଚଳିତ ମାସରେ ଏଲ୍‌ ନିନୋ ସ୍ଥିତି ଲାଗିରହିବ, ଯାହାଫଳରେ ପ୍ରଶାନ୍ତ ମହାସାଗରୀୟ ତାପମାତ୍ରା ବୃଦ୍ଧି ପାଇବ।
ପ୍ରଥମଥର ପାଇଁ ଗ୍ଲୋବାଲ ସରଫେସ୍‌ ଏୟାର ଟେମ୍ପରେଚର ୧୭ ଡିଗ୍ରୀ ସେଲସିୟସ ବଢ଼ିଥିବା ପାଣିପାଗ ଗବେଷକ ଲେଓନ ସିମୋନ୍ସ କହିଛନ୍ତି। ପ୍ରତ୍ୟେକ ଦିନ ଏଲ୍‌ ନିନୋ ଦ୍ୱାରା ଲୋକେ ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପକ୍ଷେ ଗତ ଜୁନ୍‌ରେ ବିଶ୍ୱର ହାରାହାରି ତାପମାତ୍ରା ୧.୪୬ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିଲା। ୟୁକ୍ରେନ୍‌ ଭର୍ନାଡସ୍କି’ ରିସର୍ଚ୍ଚ ରିପୋର୍ଟ ତଥ୍ୟ ଅନୁସାରେ ଚଳିତ ମାସରେ ଆଣ୍ଟାର୍କଟିକା ତାପମାତ୍ରା ୮.୭ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଛି। ଜୁଲାଇରେ ସର୍ବାଧିକ ତାତି ଅନୁଭୂତ ହେବାକୁ ଥିବାବେଳେ ଚଳିତ ବର୍ଷ ଏହା ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ୟୁନିଭର୍ସିଟି ଅଫ୍‌ ଲେଇପଜିଙ୍ଗର ପ୍ରଫେସର କାରଷ୍ଟେନ୍‌ ହାଉଷ୍ଟେନ୍‌ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଧ କ୍ଷୀରରୁ ପ୍ରସ୍ତୁତ ହେଉଛି ପନିର, ଗୋଟିଏ କିଲୋର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍‌

ଭାରତରେ ସାଧାରଣତଃ ପନିର ପ୍ରତି କିଲୋଗ୍ରାମ ୩୦୦-୪୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଏ। କିନ୍ତୁ ଏମିତି କିଛି ପନିର ଯାହାର ଦାମ୍‌ ଲକ୍ଷାଧିକ ଟଙ୍କା। ଏହା...

ଭୁଲ୍‌ରେ ବି ଘରେ ଲଗାଇବେ ନାହିଁ ଏସବୁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଖରାଦିନରେ ବାରମ୍ବାର ପରିସ୍ରା ଲାଗୁଛି କି, ହୋଇପାରେ ଏସବୁ ମାରାତ୍ମକ ରୋଗର ଲକ୍ଷଣ…

ସାଧାରଣତଃ ଲୋକମାନେ ଖରାଦିନରେ କମ୍‌ ପରିସ୍ରା କରନ୍ତି। କାରଣ ଶରୀରର ଅଧିକାଂଶ ବିଷାକ୍ତ ଉପାଦାନ ଝାଳ ମାଧ୍ୟମରେ ବାହାରି ଯାଏ। ଯଦି ଆପଣ ଗ୍ରୀଷ୍ମଋତୁରେ ମଧ୍ୟ...

ଖୁସିଖବର! ୧୨୮ ବର୍ଷ ପରେ ଟି20 କ୍ରିକେଟକୁ ମିଳିଲା ଅଲିମ୍ପିକ୍ସରେ ଏଣ୍ଟ୍ରି, ଜାଣନ୍ତୁ କେତେ ଟିମ୍‌…

ନୂଆଦିଲ୍ଲୀ,୧୦।୪: ଶେଷରେ କ୍ରିକେଟକୁ ଅଲିମ୍ପିକ୍ସରେ ଏଣ୍ଟ୍ରି ମିଳିଛି। ୧୯୦୦ ମସିହାରେ ଅଲିମ୍ପିକ୍ସରେ କ୍ରିକେଟକୁ ଶେଷ ଥର ପାଇଁ ସାମିଲ କରାଯାଇଥିଲା। ଏବେ ୧୨୮ ବର୍ଷ ପରେ...

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଗୌହର ଖାନ୍‌

ମୁମ୍ବାଇ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ ଏହି ଖୁସିଖବର ଜଣାଇଛନ୍ତି। ୨୦୨୩ରେ...

ଆମେ ମୁଣ୍ଡ ନୁଆଁଇବୁ ନାହିଁ..ଆମେରିକାକୁ ଧମକ ଦେଲା ଚାଇନା

ବେଜିଂ,୧୦।୪: ଆମେରିକା ଚାଇନା ଉପରେ ୧୦୪ ପ୍ରତିଶତ ଟାରିଫ୍‌ ଲଗାଇବା ପରେ, ଏବେ ଚାଇନା ମଧ୍ୟ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ୍‌ ଲଗାଇବା ଘୋଷଣା...

ବାଣିଜ୍ୟ ଆଲୋଚନାରେ ଆଗରେ ଭାରତ, ଚାଇନାକୁ ଉପହାସ କଲା ଆମେରିକା

ନୂଆଦିଲ୍ଲୀ,୧୦।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ବ୍ୟତୀତ ବହୁ ଦେଶ ଉପରେ ପାରସ୍ପରିକ ଶୁଳ୍କ ବନ୍ଦ କରିବା ଘୋଷଣା କରିଛନ୍ତି। ଏହାପରେ ଆମେରିକାର ଟ୍ରେଜେରୀ...

କପିଲଙ୍କୁ ନେଇ ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଖ୍ୟାତନାମା କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା ପୁଣି ଚର୍ଚ୍ଚାରେ। ସେ ବି ନିଜର ଚେହେରାକୁ ନେଇ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image