ଆଷାଢ଼ ସରିଲା, ବର୍ଷା ନାହିଁ: ଚିନ୍ତାରେ ଚାଷୀ

କଣାସ,୧୯ା୭(ସ୍ବ.ପ୍ର.): ଅକ୍ଷୟ ତୃତୀୟାଠାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଜମି ଚାଷ କରିବା ପରେ ବିହନ ବୁଣି ବର୍ଷାକୁ ଅପେକ୍ଷା କରିଥାଆନ୍ତି। ଆଷାଢ଼ ମାସରେ ବର୍ଷାଋତୁ ଆରମ୍ଭ ହେଉଥିବାରୁ ଚାଷୀମାନେ ବୁଣିଥିବା ଧାନ ଗଛହୋଇ ବଢିବାରେ ଲାଗେ। କିନ୍ତୁ ଚଳିତବର୍ଷ ପାଣିପାଗର ପରିବର୍ତ୍ତନ ଯୋଗୁ ଆଷାଢ ମାସରେ ବର୍ଷା ନ ହେବାରୁ ବୁଣାଯାଇଥିବା ଧାନଗଛଗୁଡିକ ରୌଦ୍ରତାପରେ ଜଳିବାକୁ ବସିଲାଣି ଏବଂ ବିଲଗୁଡିକ ଫାଟି ଆଁ କଲାଣି। ପୁରୀ ଜିଲା କଣାସ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଧାନଜମିଗୁଡିକ ଫାଟିଯିବାକୁ ବସିଥିବାରୁ ଚାଷୀମାନେ ଚିନ୍ତାରେ ବସିଛନ୍ତି। ଧାନଜମିରେ ବର୍ତ୍ତମାନ ମଧ୍ୟ ଗାଈ ଚରୁଥିବା ଦେଖାଯାଉଛି। କ୍ରମାଗତ ଭାବେ ଅତ୍ୟଧିକ ବର୍ଷା, ମରୁଡି, ବାତ୍ୟା ଯୋଗୁ କଣାସ ଅଞ୍ଚଳର ଚାଷୀମାନେ ଦୀର୍ଘ ବର୍ଷ ଧରି ଧାନ ଫସଲ ହରାଇ ଆସୁଥିବାରୁ ଚାଷୀମାନଙ୍କ ଅଣ୍ଟାଭାଙ୍ଗିପଡିଛି। ଚଳିତବର୍ଷ ପୁଣି ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ବର୍ଷା ନ ଥିବାରୁ ଚାଷୀମାନେ ଚାଷ କରି ନ ପାରି ଭାଙ୍ଗି ପଡ଼ିଛନ୍ତି। ବିଭିନ୍ନ ବ୍ୟାଙ୍କରୁ ବାରମ୍ବାର ଋଣକରି ଚାଷୀମାନେ ପରିଶୋଧ କରିପାରୁ ନ ଥିବା ଜଣାପଡିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ହୋଇଥିଲା ଶୁଟିଂ, ସକାଳେ ହୁହୁ ହୋଇ ଜଳୁଥିଲା ଷ୍ଟୁଡିଓ

ଖୋର୍ଦ୍ଧା,୬।୧୦: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟୁଡିଓରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

ପାଟଣା ,୬।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ଘର ଭିତରୁବୁଧବାର ସକାଳୁ ଯୁବକଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର...

ମୋବାଇଲ ନେଟୱାର୍କ ପାଇଁ ତେଜିଲା ଆନ୍ଦୋଳନ: ବିଏସଏନଏଲର ଟାଳଟୁଳ ନୀତିକୁ ବିରୋଧ

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):ଏବେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସେ ସରକାରୀ ହେଉ କି ବେସରକାରୀ, ଆବେଦନଠାରୁ ପ୍ରାପ୍ୟ ପର୍ଯ୍ୟନ୍ତ ବିନା ଅନଲାଇନ କାର୍ଯ୍ୟରେ...

ପଶ୍ଚିମବଙ୍ଗର ନକଲି ଡାକ୍ତରଙ୍କ ଓଡ଼ିଶା ମୁହାଁ,କୁୱାକ ଡାକ୍ତର କରୁଛନ୍ତି ମେଜର ଅପରେଶନ

ଭୋଗରାଇ,୬।୧୧( ପ୍ରଦୀପ ଦାସ ): ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଦୈନନ୍ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ନର୍ସ...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା,୬।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି, ଡିଇଓଙ୍କ ନିକଟରେ ଫେରାଦ ହେଲେ ଶିକ୍ଷୟିତ୍ରୀଶିକ୍ଷକ

ଲାଞ୍ଜିଗଡ,୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଭଟIଙ୍ଗ ପଦର ଅନ୍ତର୍ଗତ ଭଟIଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି କାର୍ଯ୍ୟକଳାପକୁ ନେଇ...

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା...

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା ବଢୁଛିିି

କେନ୍ଦ୍ରାପଡ଼ା, ୬ା୧୧(ଜଗନ୍ନାଥ ଧଳ):ବିରଳ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଶୁକ୍ରବାରଠାରୁ କଟକଣା ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ଆରମ୍ଭ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri