ଜୁନାଗଡ଼ ଏନ୍‌ଏସି: ୨୭ରେ ଅନାସ୍ଥା ଭୋଟ

ଭବାନୀପାଟଣା,୨୬।୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିରେ ଆସନ୍ତା ୨୭ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ ହେବ। ଏନେଇ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ ସ୍ଥାନୀୟ ୯ ଜଣ ବିଜେଡି କାଉନସିଲର ଓ ଉପାଧ୍ୟକ୍ଷା ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଜିଲାପାଳ ୨ଥର ତାରିଖ ମଧ୍ୟ ଘୋଷଣା କରିଥିଲେ। ହେଲେ ଉକ୍ତ ତାରିଖଗୁଡିକରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଆସୁ ନ ଥିବାରୁ ଅନାସ୍ଥା ଭୋଟ ଘୁଞ୍ଚି ଚାଲିଛି। ତାହାକୁ ନେଇ ସ୍ଥାନୀୟ ବିଜେଡି କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୧୨ ୱାର୍ଡବିଶିଷ୍ଟ ଜୁନାଗଡ଼ ଏନ୍‌ଏସିରେ ବିଜେଡିର ୧୦ ଜଣ କାଉନସିଲର ରହିଛନ୍ତି। ଭାଜପାର ମୁକେଶ ଅଗ୍ରୱାଲ ଏଠାରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନ୍‌ଏସି ଅଧ୍ୟକ୍ଷଙ୍କ ମନମୁଖି କାମ ଅଭିଯୋଗ କରି ଜୁଲାଇ ୧୬ରେ ଜିଲାପାଳଙ୍କୁ ଭେଟି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ବିଜେଡି କାଉନସିଲର। ପ୍ରଥମେ ଅଗଷ୍ଟ ୧ରେ ଅନାସ୍ଥା ଭୋଟ କରିବାକୁ ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଦିନ ୧୧ଟାବେଳେ ସବୁ ପ୍ରସ୍ତୁତି ହୋଇଥିବାବେଳେ ନିର୍ବାଚନ ଅଧିକାରୀ ଆସି ନ ଥିଲେ। ପରେ ଅଗଷ୍ଟ ୯ରେ ଅନାସ୍ଥା ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଉକ୍ତ ଦିନ ନିର୍ବାଚନ ଅଧିକାରୀ ଆସି ନ ଥିଲେ। ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାର କରି ଆସନ୍ତା ୨୭ରେ ଅନାସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଜେଡି କାଉନସିଲରମାନେ ଜିଲାପାଳଙ୍କୁ ସାକ୍ଷାତକରି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଏହା ସହ ଗଣମାଧ୍ୟମକୁ ନିର୍ଦ୍ଦେଶନାମା ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri