ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

ଭବାନୀପାଟଣା/ଜୁନାଗଡ଼୯ା୮(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସିରେ ଶୁକ୍ରବାର ପୁଣି ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଛି। ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ୍‌ ଗ୍ରହଣ କରାଯିବାର ରହିଥିଲା। ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ନ ଆସିବାରୁ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ଏବେ କଳାହାଣ୍ଡି ଜିଲାପାଳ ଦାୟିତ୍ୱରେ ରହିଥିବାରୁ ସେ ଆସି ପାରି ନ ଥିବା ସ୍ଥାନୀୟ ଇଓ ପ୍ରମୋଦ କୁମାର ଖିଲୋ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧ ତାରିଖ ମଧ୍ୟ ଏଠାରେ ଅନାସ୍ଥା ଭୋଟ ହେବାର ଥିଲା। ହେଲେ ଉକ୍ତ ଦିନ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ତ୍ରିଲୋଚନ ପାତ୍ର ସ୍ବାସ୍ଥ୍ୟାବସ୍ଥା କାରଣରୁ ଆସି ନ ଥିଲେ। ଯାହାଫଳରେ ସେହି ଦିନ ମଧ୍ୟ ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଥିଲା। ୨ ଥର ଏପରି ବ୍ୟତିକ୍ରମକୁ ନେଇ ସ୍ଥାନୀୟ ବିଜେଡି କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ଗଣତାନ୍ତ୍ରିକ ପଦ୍ଧତିକୁ ଜିଲା ପ୍ରଶାସନ ଏପରି ଅବହେଳା କରି ହତ୍ୟା କରୁଛି ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଜୁନାଗଡ଼ ଏନ୍‌ଏସିର ମୋଟ୍‌ କାଉନସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ଭାଜପାର ମାତ୍ର ୨ ଜଣ କାଉନସିଲର ରହିଛନ୍ତି। ଯାହାଫଳରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି କାଉନସିଲରଙ୍କ ସଂଖ୍ୟା ଅଧିକ ରହିଥିବାରୁ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶଙ୍କ ବିପକ୍ଷରେ ଭୋଟ୍‌ ଯିବାର ଆଶଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri