Categories: ବାଣିଜ୍ୟ

ଜୁନ୍‌ ୧୨ରେ ବିଓଆଇର ସମ୍‌ଝୋତା ଦିବସ

ଭୁବନେଶ୍ୱର, ୮।୬: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସମ୍‌ଝୋତା ଦିବସ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ବିଓଆଇର ସମସ୍ତ ଶାଖା, ଅଞ୍ଚଳ ଏବଂ ଏଫ୍‌ଜିଏମ୍‌ଓରେ ଏକକାଳୀନ ସମାଧାନ (ଓଟିଏସ୍‌) କାର୍ଯ୍ୟକ୍ରମ ମାଧ୍ୟମରେ ଋଣଗ୍ରହୀତାମାନଙ୍କର ଏନ୍‌ପିଏ ଆକାଉଣ୍ଟଗୁଡିକର ଫଇସଲା କରିବା ନିମନ୍ତେ ୨୦୨୪ ଜୁନ୍‌ ୧୨ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସମ୍‌ଝୋତା ଦିବସ’ ଆୟୋଜନ କରିବାକୁ ଯାଉଛି। ଅପରପକ୍ଷରେ ଏହି ଦିବସ ବିଶେଷ ଭାବେ ସେହି ଋଣଗ୍ରହୀତାମାନଙ୍କ ପାଇଁ ଆୟୋଜନ କରାଯାଉଛି, ଯେଉଁମାନେ ବ୍ୟବସାୟ/ଚିକିତ୍ସା କିମ୍ବା ଅନ୍ୟ କୌଣସି ଅସୁବିଧା ପାଇଁ ଠିକ୍‌ ସମୟରେ ସେମାନଙ୍କ ଋଣ ପରିଶୋଧକରି ପାରିନାହାନ୍ତି। ଏପରିକି ବ୍ୟାଙ୍କ ପାଖରେ ସ୍ବଳ୍ପ ମୂଲ୍ୟ ଖାତା ଓ ମଧ୍ୟମ ଆକାର ଖାତାର ଫଇସଲା ପାଇଁ ସ୍ବତନ୍ତ୍ର ଏକକାଳୀନ ସମାଧାନ ଯୋଜନାର ସୁବିଧା ଦିଆଯାଉଛି। ଯେଉଁଥିରେ ଏନ୍‌ପିଏ ଋଣଗ୍ରହୀତାମାନଙ୍କୁ ସ୍ବତନ୍ତ୍ର ଏବଂ ଉତ୍ତମ ରିହାତି ପ୍ରଦାନ କରାଯାଉଛି। ବ୍ୟାଙ୍କ ପକ୍ଷରୁ ଏନ୍‌ପିଏ ଆକାଉଣ୍ଟ ଥିବା ଋଣଗ୍ରହୀତାମାନଙ୍କୁ ଏହି ସୁବର୍ଣ୍ଣ ସୁଯୋଗର ଲାଭ ଉଠାଇବା ସହ ସେମାନଙ୍କ ଏନ୍‌ପିଏ ଆକାଉଣ୍ଟଗୁଡିକର ଫଇସଲା କରିବା ନିମନ୍ତେ ଆହ୍ବାନ କରାଯାଉଛି।

Share