Categories: ବାଣିଜ୍ୟ

ଜୁନ୍‌ ମୁଦ୍ରାସ୍ଫୀତି ୪.୮୧%

ନୂଆଦିଲ୍ଲୀ,୧୩ା୭(ପି.ଟି.): ପନିପରିବା ଓ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୧%ରେ ପହଞ୍ଚତ୍ଥିଲା, ଯାହାକି ୩ ମାସରେ ସର୍ବାଧିକ ବୋଲି ସରକାରୀ ଭାବେ କୁହାଯାଇଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ନିର୍ଭର କରୁଥିବା ମୁଦ୍ରାସ୍ଫୀତି ଗତ ମେ’ରେ ୪.୩୧% ରହିଥିଲା। ୨୦୨୨ ଜୁନ୍‌ରେ ସିପିଆଇ ୭% ସ୍ତରକୁ ଉଠିଥିଲା। ସଦ୍ୟ ପ୍ରକାଶିତ ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୁବିଧାଜନକ ସ୍ଥିତି ୬%ର ତଳେ ରହିଛି। ଏହା ପୂର୍ବରୁ ଗତ ମାର୍ଚ୍ଚରେ ସିପିଆଇର ସର୍ବୋଚ୍ଚ ହାର ୫.୬୬% ରହିଥିଲା। ମୁଦ୍ରାସ୍ପୀତି ନିୟନ୍ତ୍ରଣକୁ ଆଣି ୪% ଭିତରେ ରଖିବା ପାଇଁ କେନ୍ଦ୍ର ସରକାର ଆର୍‌ବିଆଇକୁ ଦାୟିତ୍ୱ ଦେଇଛନ୍ତି।
ଜୁନ୍‌ରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦାମ୍‌ ୪.୪୯% ବଢ଼ିଥିଲା, ଯାହାକି ମେ’ର ୨.୯୬%ଠାରୁ ଅଧିକ। ସିପିଆଇର ପ୍ରାୟ ଅଧା ଖାଦ୍ୟ ମୂଲ୍ୟ ଉପରେ ନିର୍ଭର କରିଥାଏ।

Share