ଭୋପାଳ,୩୧।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ପ୍ରାୟ ୩ହଜାର ଜୁନିଅର ଡାକ୍ତର ଧାରଣାରେ ଯାଇଛନ୍ତି। ସୋମବାର ଡାକ୍ତରମାନେ କୋଭିଡ ଡ୍ୟୁଟି ସମେତ ଓପିଡ଼ି, ଆଇପିଡ଼ି ଓ ଅନ୍ୟ ସ୍ବାସ୍ଥ୍ୟ ବିଭାଗ କାମ ଛାଡ଼ି ବିଭିନ୍ନ ଦାବିରେ ଧାରଣା ଦେଇଥିବା ନେଇ ମଧ୍ୟପ୍ରଦେଶ ଜୁନିଅର ଡାକ୍ତର ଆସୋସିଏସନର ଅଧ୍ୟକ୍ଷ ଅରବିନ୍ଦ ମିନା ସୂଚନା ଦେଇଛନ୍ତି। ସେମାନଙ୍କ ଦାବି ଗୁଡ଼ିକ ହେଲା, କାର୍ଯ୍ୟ ସମୟରେ ଯଦି ଡାକ୍ତରମାନେ ସଂକ୍ରମିତ ହୁଅନ୍ତି ତେବେ ତାଙ୍କର ଓ ତାଙ୍କ ପରିବାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ଏଥିସହ ତାଙ୍କର ଦରମା ବୃଦ୍ଧି ପାଇଁ ଦାବି କରାଯାଇଛି। ଯଦି ସରକାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଦାବିକୁ ଲିଖିତ ଆକାରରେ ଏକ ନିର୍ଦ୍ଦେଶନାମା ଜାରି ନ କରନ୍ତି, ତେବେ ଜୁନ ୧ରୁ ସାରା ରାଜ୍ୟରେ ଡାକ୍ତରମାନେ କୋଭିଡ ଡ୍ୟୁଟିରେ ଯୋଗଦେବେ ନାହିଁ। ଏନେଇ ଆସୋସିଏସନର ଅଧ୍ୟକ୍ଷ ଚେତାବନୀ ଦେଇଛନ୍ତି।