Advertisement

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ମାଡ଼ି ବସିଲା ଭିଜିଲାନ୍ସ

ଫୁଲବାଣୀ,୪।୧୧(ରାକେଶ କୁମାର ରାଉତ): ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଫିରିଙ୍ଗିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢୀ। ବିଲ୍‌ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାଡି ବସି ଥିଲେ।

ମିଳିଥିବା ସୂଚନା ମୁତାବକ, ଗୋଚ୍ଛାପଡ଼ା ପଞ୍ଚାୟତ ବ୍ରୁଡିଗୁଡାରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। କାମର ବିଲ୍‌ କରାଇ ଦେବା ପାଇଁ ଯନ୍ତ୍ରୀ ଅଶୋକ ଠିକାଦାର ରଘୁନାଥ ମହାକୁଡ଼ଙ୍କଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ରଘୁନାଥ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ସୋମବାର ଯନ୍ତ୍ରୀ ପାଢ଼ୀ ଫିରିଙ୍ଗିଆସ୍ଥିତ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ନେଉଥିଲେ। ସେତିକିବେଳେ ପୂର୍ବରୁ ପ୍ରସ୍ତୁତି ଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ ହେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share