Categories: ଖେଳ

କମ୍‌ ବୟସରେ ବଡ଼ ରେକର୍ଡ ହାସଲ କଲେ ‘ଜୁନିଅର୍‌ ମାଲିଙ୍ଗା’

ମୁମ୍ବାଇ,୧୫।୪: ଆଇପିଏଲ ୨୦୨୪ର ମ୍ୟାଚ ନମ୍ବର ୨୯ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଚେନ୍ନାଇ ଏହି ମ୍ୟାଚକୁ ୨୦ ରନରେ ଜିତିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟାର୍ଗେଟକୁ ପିଛା କରି ରୋହିତ ଶର୍ମା ମଧ୍ୟ ଅପରାଜିତ ଶତକ ଖେଳିଥିଲେ ମଧ୍ୟ ସେ ଦଳକୁ ବିଜୟ ଆଡକୁ ନେଇପାରି ନ ଥିଲେ। ଏହା ବ୍ୟତୀତ ମ୍ୟାଚରେ କିଛି ବିଶେଷ ମହାନ ରେକର୍ଡ କରାଯାଇଥିଲା।
ଚେନ୍ନାଇ ସୁପର କିଙ୍ଗ୍ସର ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାଥିଶା ପାଥିରାନା ଏହି ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ। ସେ ଚାରି ଓଭରରେ ୨୮ ରନ ଚାରି ଉଇିକେଟ ନେଇଥିଲେ। ଗୋଟିଏ ଇନିଂସରେ ଚାରି ଉଇକେଟ ନେଇ ସେ ସିଏସ୍‌କେ ପାଇଁ ସର୍ବକନିଷ୍ଠ ଦ୍ରୁତ ବୋଲର ହୋଇଥିଲେ। ତାଙ୍କର ବୟସ ୨୧ ବର୍ଷ ୧୧୮ ଦିନ। ଏହାପୂର୍ବରୁ ଏହି ରେକର୍ଡ ମହିଷ ଟିକ୍ଷ୍ଣାଙ୍କ ନାମରେ ଥିଲା। ସେ ୨୦୨୨ରେ ଆରସିବି ବିପକ୍ଷରେ ୩୩ ରନ ଦେଇ ୪ଟି ଉଇକେଟ ନେଇଥିଲେ। ସେହି ସମୟରେ ଟିକ୍ଷ୍ଣାଙ୍କ ବୟସ ୨୧ ବର୍ଷ ୨୫୪ ଦିନ ଥିଲା। ପାଥିରାନାଙ୍କୁ ‘ଜୁନିଅର୍‌ ମାଲିଙ୍ଗା’ କୁହାଯାଉଛି। ତାଙ୍କ ବୋଲିଂ ଶୈଳୀ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଲାସିଥ୍‌ ମାଲିଙ୍ଗାଙ୍କ ପରି ହୋଇଥିବାରୁ ତାଙ୍କୁ ଏହି ଆଖ୍ୟା ଦିଆଯାଇଛି।