
ଚେନ୍ନାଇ, ୨୮ା୩: ଚେନ୍ନାଇ ଓ ମଦୁରାଇରେ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ। ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀ ଶୁକ୍ରବାର ଏହି ଘୋଷଣା କରିଛନ୍ତି।
ଟାଇଟଲ ଲଢେଇରେ ପ୍ରଥମ ଥର ୨୪ଟି ଦଳ ଭାଗ ନେଉଛନ୍ତି। ଭାରତରେ ତୃତୀୟ ଥର ପାଇଁ ଏହି ଟୁର୍ନାମେଣ୍ଟ ଅୟୋଜନ ହେବାକୁଯାଉଛି। ପୂର୍ବରୁ ୨୦୧୬ ଓ ୨୦୨୧ରେ ଭୁବନେଶ୍ୱର ଓ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା। ଭୁବନେଶ୍ୱରରେ ଭାରତ ଚାମ୍ପିୟନ ହୋଇଥିଲା।
୨୦୨୧ରେ ଆର୍ଜେଣ୍ଟିିନା ଟାଇଟଲ ବିଜୟୀ ହୋଇଥିଲା। ୨୦୨୩ରେ ଗତ ସଂସ୍କରଣ କୁଆଲାଲମ୍ପୁରରେ ଖେଳାଯାଇଥିଲା। ଏଥିରେ ଭାରତ ସେମିଫାଇନାଲ ଓ ବ୍ରୋଞ୍ଜ ପଦକ ପ୍ଲେଅଫ୍ ହାରି ଚତୁର୍ଥ ସ୍ଥାନରେ ରହିଥିଲା।