ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପାଇ ଥିଲେ ବି ଅଯୋଧ୍ୟା ଯାଇ ପାରିବେନି ଜୁନିୟର ଏନଟିଆର!

ଚେନ୍ନାଇ: ଜାନୁଆରୀ ୨୨,୨୦୨୪ ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ଯୋଗ ଦେବାକୁ ବଲିଉଡ, ସାଉଥ ଫିଲ୍ମ ଇଣ୍ଢଷ୍ଟ୍ରିରୁ ବହୁ ତାରକାଙ୍କୁ ନିମନ୍ତ୍ରଣ ପଠାଯାଇଛି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ରଜନୀକାନ୍ତ, ୟଶ ଏବଂ ମୋହନଲାଲ ମଧ୍ୟ ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ ପାଇଛନ୍ତି। ଅତିଥି ତାଲିକାରେ ଜୁନିୟର ଏନଟିଆରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କିନ୍ତୁ ସାଉଥ ସୁପରଷ୍ଟାର ସେ ଏହି ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ।
ଜୁନିୟର ଏନଟିଆର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦେବାରା’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କୋରତଲ୍ଲା ଶିବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ତାଙ୍କ ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ ୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଗଲ୍ଟର ଏକ ରିପୋର୍ଟ ଅନୁଯାୟୀ, କାର୍ଯ୍ୟବ୍ୟସ୍ତତା ଯୋଗୁ ଜୁନିୟର ଏନଟିଆର ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିପାରିବେ ନାହିଁ।

Share