ହୃଦୟ ଜିତିଲେ ଜୁନିଅର୍‌ ଏନ୍‌ଟିଆର୍‌

୯୫ତମ ଓସ୍କାର ପୁରସ୍କାର ଉପରେ ସମସ୍ତ ଭାରତୀୟଙ୍କ ନଜର ରହିଛି। ଏହି ପୁରସ୍କାର ସମାରୋହ ସମସ୍ତ ଦେଶବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବାକୁ ଯାଉଛି। କାରଣ ସାଉଥ୍‌ ନିର୍ଦ୍ଦେଶକ ଏସ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ର ଗୀତ ‘ନାଟୁ ନାଟୁ’ ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ କାଟାଗୋରୀରେ ମନୋନୀତ ହୋଇଛି। କେବଳ ଏତିକି ନୁହେଁ, ‘ଆରଆରଆର’ ଷ୍ଟାରକାଷ୍ଟ ଜୁନିଅର୍‌ ଏନ୍‌ଟିଆର୍‌ ଏବଂ ରାମ ଚରଣ ଓସ୍କାର ପୁରସ୍କାର ସମାରୋହରେ ରେଡ କାର୍ପେଟରେ ଚାଲୁଥିବାର ନଜର ଆସିବେ। ଜୁନିୟର ଏନଟିଆର ଏନେଇ ଖୁସି ବ୍ୟକ୍ତ କରିବା ସହିତ ଏମିତି ଏକ କଥା କହି ସମସ୍ତଙ୍କ ହୃଦୟ ଜିତିଛନ୍ତି।
ଜୁନିଅର ଏନଟିଆର କହିଛନ୍ତି,ମୁଁ ଭାରତୀୟ ସିନେମାର ଅଭିନେତା ଭାବରେ ନୁହେଁ ବରଂ ଜଣେ ଭାରତୀୟ ଭାବରେ ରେଡ କାର୍ପେଟରେ ଚାଲିବି। ଏହି ସମୟରେ ମୋର ହୃଦୟ ଗର୍ବରେ ପରିପୂର୍ଣ୍ଣ ହେବ। ଚଳିତ ସପ୍ତାହ ଶେଷରେ ଅନୁଷ୍ଠିତ ହେବାକୁ ଥିବା ୯୫ତମ ଓସ୍କାର ପୁରସ୍କାର ସମାରୋହରେ ଜୁନିଅର୍‌ ଏନ୍‌ଟିଆର୍‌ ଆମେରିକାରେ ପହଞ୍ଚିଛନ୍ତି।

Share