ନୟାଗଡ଼ ଅଫିସ, ୧୨।୫: ଭିଜିଲାନ୍ସ ଜାଲରେ ନୟାଗଡ଼ ଟ୍ରେଜେରୀ ଅଫିସର ଜୁନିଅର ଷ୍ଟେନୋ ଦୁର୍ଗା ପ୍ରସାଦ ମହାପାତ୍ର। ଜାତୀୟ ପେନସନ ସ୍କିମର ପ୍ରାନ ଆଇଡି ଖୋଲିବା ପାଇଁ ରଣପୁର ବ୍ଲକ ପି. ମାନପୁର ହାଇସ୍କୁଲ ଶିକ୍ଷକଙ୍କଠାରୁ ୪୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ ହୋଇଛନ୍ତି। ନୟାଗଡ଼ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ନୟାଗଡ଼ ଟ୍ରେଜେରୀ ଅଫିସ ଉପରେ ଶୁକ୍ରବାର ଚଢାଉ ହୋଇଥିଲା। ଚଢାଉ ସମୟରେ ୪୮ ହଜାର ଟଙ୍କା ଜବତ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଇନିସିଆଲ ଆପଏଣ୍ଟମେଣ୍ଟ ହୋଇଥିବା ୧୬୧ ଶିକ୍ଷକଙ୍କର ଟ୍ରେଜେରୀ ୱେବ ସାଇଟରୁ ଜାତୀୟ ପେନସନ ସ୍କିମକୁ ପ୍ରାନ ଆଇଡି ଫରୱାର୍ଡ ପାଇଁ ୪୮ ହଜାର ଲାଞ୍ଚ ମାଗିଥିଲେ ଜୁନିଅର ଷ୍ଟେନୋ ଦୁର୍ଗା ପ୍ରସାଦ ମହାପାତ୍ର । ଚିନ୍ତାମଣି ଏ ନେଇ ଭିଜିଲାଙ୍କ ସହ ଯୋଗାଯୋଗ କରିଥିଲେ ।