କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ଓସେପାର ମେରିଟ୍‌ ଲିଷ୍ଟ ହାଇକୋର୍ଟରେ ଖାରଜ

କଟକ,୧୨।୩(କାର୍ତ୍ତିକ ସାହୁ): କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଓସେପାର ମେରିଟ୍‌ ଲିଷ୍ଟ ମଙ୍ଗଳବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ଏହାସହ ଜିଲାଓ୍ବାରୀ ମେରିଟ୍‌ ଲିଷ୍ଟ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ। ନିଯୁକ୍ତି ନିୟମାବଳୀ ଅନୁଯାୟୀ ସାନି ମେରିଟ୍‌ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୩ ଅକ୍ଟୋବର ୨୩ରେ ପ୍ରାୟ ୨୦ ହଜାର ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କିଛିଦିନ ପୂର୍ବେ ଓସେପା ପକ୍ଷରୁ ୧୮ ହଜାର ୮୦୫ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି ତାହା ଜଣାଇବାକୁ ପ୍ରାର୍ଥୀମାନେ ଦାବି କରିଥିଲେ। ପରୀକ୍ଷାରେ କଟଅଫ ମାର୍କ କେତେ ରହିଥିଲା ଓ କାହାର କେତେ ମାର୍କ ରହିଛି ସେ ସବୁର ତଥ୍ୟ ଦେବାକୁ ଆଶାୟୀ ପ୍ରାର୍ଥୀମାନେ ଦାବି କରି ହାଇକୋର୍ଟ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଗତ ଜାନୁଆରୀ ୧୯ରେ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ପହଲଗାମ ଛାତିଥରା ଆକ୍ରମଣ ପଛରେ ପାକିସ୍ତାନ ହାତ, ଖୋଜି ଖୋଜି ହିନ୍ଦୁଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୨୨।୪: ଭାରତ ଇତିହାସରେ ଏହି ତାରିଖ ସମୂହିକ ସ୍ମୃତିରେ ଚିରସ୍ଥାୟୀ ହୋଇ ରହିବ। ଯେଉଁଦିନ ଆତଙ୍କବାଦୀମାନେ ଭାରତର “ମିନି ସ୍ୱିଜରଲ୍ୟାଣ୍ଡ” କୁହାଯାଉଥିବା ପହଲଗାମର ଅପୂର୍ବ...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ଖୋଜି ଖୋଜି ହିନ୍ଦୁଙ୍କୁ ହତ୍ୟା କଲେ ଆତଙ୍କବାଦୀ; ମୋଦି କହିଲେ-‘କାହାରିକୁ ଛଡ଼ାଯିବ ନାହିଁ’

ନୂଆଦିଲ୍ଲୀ, ୨୨।୪: ଏକ ଭୟଙ୍କର ଲକ୍ଷ୍ୟଭିତ୍ତିକ ଆତଙ୍କବାଦୀ ଘଟଣାରେ, ଇସଲାମିକ ଉଗ୍ରପନ୍ଥୀମାନେ ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଏକ ଦଳ ଉପରେ ଆକ୍ରମଣ କରିଥିଲେ,...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image