ବୃହସ୍ପତି ଉପଗ୍ରହକୁ ଯିବ ସ୍ପେସ୍‌ଏକ୍ସ ରକେଟ୍‌

ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପ୍ରଥମ ବୃହସ୍ପତି ମିଶନରେ ଏହାର ଥଣ୍ଡା ଉପଗ୍ରହ ୟୁରୋପାକୁ ମହାକାଶଯାନ ‘ୟୁରୋପା କ୍ଲିପର୍‌’ ପ୍ରେରଣ ପାଇଁ ସ୍ପେସ୍‌ଏକ୍ସ ରକେଟକୁ ବ୍ୟବହାର କରିବ। ଏଥିପାଇଁ ନାସା ଏଲନ୍‌ ମସ୍କଙ୍କ ରକେଟ୍‌ କମ୍ପାନୀ ସ୍ପେସ୍‌ଏକ୍ସକୁ ୧୭୮ ମିଲିୟନ ଡଲାର ଦେଇଛି। ଥଣ୍ଡା ଚନ୍ଦ୍ର କୁହାଯାଉଥିବା ୟୁରୋପାରେ ମଣିଷ ବାସୋପଯୋଗୀ ପରିବେଶ ଅଛି କି ନା ତାହା ଉପରେ ଏହି ମିଶନ ଜରିଆରେ ଗବେଷଣା କରାଯିବ। ୨୦୨୪ ଅକ୍ଟୋବରରେ ନାସା ଏହି ମିଶନ ଆରମ୍ଭ କରିବାକୁ ଯାଉଥିବାବେଳେ ଏଥିରେ ସ୍ପେସ୍‌ଏକ୍ସର ଫାଲକନ୍‌ ହେଭି ରକେଟ ବ୍ୟବହାର କରାଯିବ।
୪୦ ସ୍ଥାନରେ ସିବିଆଇ ଚଢ଼ାଉ

Share