Advertisement

ଖଣ୍ଡପୀଠ ତ୍ୱରିତ ଗଠନ ହେବ ନାହିଁ: ସୁପ୍ରିମକୋର୍ଟରେ ବିଲ୍‌କିସ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୫ା୧୨: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା ଘଟଣାରେ ଦୋଷୀସାବ୍ୟସ୍ତ ୧୧ ଜଣଙ୍କୁ ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ମୁକ୍ତ କରିଦେବା ମାମଲାର ଶୁଣାଣି ପାଇଁ ଶୀଘ୍ର ଖଣ୍ଡପୀଠ ଗଠନ କରାଯିବ ନାହିଁ। ବିଲ୍‌କିସ୍‌ଙ୍କ ଆବେଦନର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବେଲା ଏମ୍‌. ତ୍ରିବେଦୀ ଓହରିଯିବାର ଦିନକ ପରେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଅଧ୍ୟକ୍ଷତା କରୁଥିବା ଖଣ୍ଡପୀଠଙ୍କୁ ବୁଧବାର ବିଲ୍‌କିସ୍‌ଙ୍କ ଓକିଲ ଶୋଭା ଗୁପ୍ତା ଆଉ ଏକ ନୂଆ ଖଣ୍ଡପୀଠ ଗଠନ ପାଇଁ ନିବେଦନ କରିଥିଲେ।

ଏହାକୁ ନେଇ ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ, ଏହି ରିଟ୍‌ ପିଟିଶନ ତାଲିକାଭୁକ୍ତ ହେବ। ସମାନ ପ୍ରସଙ୍ଗକୁ ବାରମ୍ବାର ମେନ୍‌ସନ କରନ୍ତୁ ନାହିଁ। ପ୍ରକାଶ ଯେ, ୧୧ ଅପରାଧୀଙ୍କୁ ଗୁଜରାଟ ସରକାର ମୁକ୍ତ କରିଦେବା ଘଟଣାକୁ ବିଲ୍‌କିସ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share