Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ମାଲିକାନାରେ ଜେୟୁଏସ୍‌ଏଲ୍‌

ଭୁବନେଶ୍ୱର,୨୨।୭: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ନିକଟରେ ଆଉ ଏକ ଶିଳ୍ପ ପ୍ରତିଷ୍ଠାନକୁ ଅଧିଗ୍ରହଣ କରିଛି। ଏପରିକି ଜେଏସ୍‌ଏଲ୍‌ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ୟୁନାଇଟେଡ୍‌ ଷ୍ଟିଲ୍‌ ଲିମିଟେଡ୍‌ (ଜେୟୁଏସ୍‌ଏଲ୍‌)ର ଶତପ୍ରତିଶତ ଅଂଶଧନ ଅଧିଗ୍ରହଣ ସହ ମାଲାକାନା ହାସଲ ସମ୍ପର୍କରେ ଘୋଷଣା କରିଛି। ଏହା ପୂର୍ବରୁ ଜେଏସ୍‌ଏଲ୍‌ ଉକ୍ତ କମ୍ପାନୀର ୨୬% ଅଂଶଧନ ଧାରଣ କରିଥିଲା। ଜେଏସ୍‌ଏଲ୍‌ ବର୍ତ୍ତମାନ ୯୫୮ କୋଟିର ନଗଦ କାରବାରରେ ଜେୟୁଏସ୍‌ଏଲ୍‌ର ଅବଶିଷ୍ଟ ୭୪% ଇକ୍ୱିଟି ଅଂଶଧନ ହାସଲ କରିଛି। ଏହି କାରବାର ଫଳରେ ଜେଏସ୍‌ଏଲ୍‌କୁ ଜେୟୁଏସ୍‌ଏଲ୍‌ର ୧୦୦% ମାଲିକାନା ପ୍ରଦାନ କରାଯାଇଛି। ଏପରିକି ଜେୟୁଏସ୍‌ଏଲ୍‌ ହଟ୍‌ ଷ୍ଟ୍ରିପ୍‌ ମିଲ୍‌ (ଏଚ୍‌ଏସ୍‌ଏମ୍‌)ର ବାର୍ଷିକ ୧.୬ ମିଲିୟନ୍‌ ଟନ୍‌ (ଏମ୍‌ଟିପିଏ) କ୍ଷମତା ଏବଂ ୦.୨ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ କୋଲ୍‌ଡ ରୋଲିଂ ମିଲ୍‌ କାର୍ଯ୍ୟ କରୁଛି। ଏହା ମଧ୍ୟ ଓଡ଼ିଶାର ଯାଜପୁରଠାରେ ୩.୨ଏମ୍‌ଟିପିଏ ପର୍ଯ୍ୟନ୍ତ କ୍ଷମତା ସମ୍ପ୍ରସାରଣ କରୁଛି। ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉପରେ ସମ୍ପୂର୍ଣ୍ଣ ଦୃଷ୍ଟିଦେବା ସହ ଜେୟୁଏସ୍‌ଏଲ୍‌ ଏବଂ ଜେଏସ୍‌ଏଲ୍‌ର ଆସୋସିଏସନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ ଷ୍ଟେନ୍‌ଲେସ୍‌ ଷ୍ଟିଲ ଉତ୍ପାଦନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁବିଧାକୁ ଏକତ୍ରିତ କରିବାକୁ ଆମେ ନିଷ୍ପତ୍ତିି ନେଇଛୁା ଏହି ଅଧିଗ୍ରହଣ ଦ୍ୱାରା ଉଭୟ କମ୍ପାନୀ ଏବଂ ଏକ ପସନ୍ଦିତ ଶାସନ ଗଠନ ମଧ୍ୟରେ ଉନ୍ନତ ସମନ୍ବୟ ସୃଷ୍ଟି ହେବ। ଏହାଦ୍ୱାରା ସମସ୍ତ ହିତାଧିକାରୀଙ୍କ ପାଇଁ ମୂଲ୍ୟ ବୃଦ୍ଧି ସୃଷ୍ଟି ହୋଇପାରିବ।

Share