କେବଳ ଦେଖଣାହାରି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚମତ୍କାର ବିଜୟ ପରେ ଏବେ ଆମେରିକା-ଚାଇନା ସମ୍ପର୍କ ଉପରେ ତାଙ୍କର ଅଧିକ ନଜର ରହିଛି। ଉଲ୍ଲେଖନୀୟ ଯେ, ଚାଇନା ହେଉଛି ଆମେରିକାର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ। ଆମେରିକା ପ୍ରତି ଚାଇନା ବଡ଼ ବିପଦ ବୋଲି ୮ ବର୍ଷ ପୂର୍ବେ ଟ୍ରମ୍ପ୍‌ ସୂଚିତ କରିଥିଲେ ଏବଂ ତାହାର ଅର୍ଥନୈତିକ ବୃଦ୍ଧିକୁ ରୋକିବା ପାଇଁ ପଦକ୍ଷେପ ମଧ୍ୟ ନେଇଥିଲେ। ସେ ଶୁଳ୍କ ଲାଗୁକରି ଆମେରିକାରେ ଚାଇନା ବଜାର ପ୍ରବେଶକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏହା କିଛି ମାତ୍ରାରେ ସଫଳ ହୋଇଥିଲା ଏବଂ ଟ୍ରମ୍ପ୍‌ଙ୍କ ଉତ୍ତରାଧିକାରୀ ଜୋ ବାଇଡେନ୍‌ ଏହି ଧାରା ଜାରି ରଖିଥିଲେ। ଚାଇନା ଏକ ଦଶନ୍ଧି ହେଲା ଆମେରିକାର ବଡ଼ ବାଣିିଜି୍ୟକ ଅଂଶୀଦାର ରହିଥିଲା। କିନ୍ତୁ ଚଳିତ ବର୍ଷ ଚାଇନାକୁ ଟପି ମେକ୍ସିକୋ ଆମେରିକାର ସବୁଠୁ ବଡ଼ ବାଣିଜି୍ୟକ ଭାଗୀଦାରି ହୋଇଯାଇଛି। ଅବଶ୍ୟ ଆମେରିକାକୁ ମେକ୍ସିକୋ ରପ୍ତାନି କରୁଥିବା ସାମଗ୍ରୀର ଅଧିକାଂଶ ଅଂଶ ପ୍ରଥମେ ଚାଇନାରୁ ଆସୁଥିଲା। ତେଣୁ ମେକ୍ସିକୋ ସେ ସ୍ଥାନ ନେବା ପରେ ଚାଇନାର ପ୍ରକୃତ କ୍ଷତି କ’ଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ବାଇଡେନ୍‌ ପଦକ୍ଷେପ ନେଇ ଚାଇନାର ଅଭିବୃଦ୍ଧିକୁ ପଙ୍ଗୁ କରିବାକୁ ଚେଷ୍ଟା କରିଥିଲେ ଏବଂ ଅତ୍ୟାଧୁନିକ ମାଇକ୍ରୋଚିପ୍ସ ଏବଂ ସେଗୁଡ଼ିକୁ ତିଆରି କରିବା ପାଇଁ ବ୍ୟବହୃତ ଯନ୍ତ୍ରପାତି ଯୋଗାଣ ବନ୍ଦ କରିଦେଇଥିଲେ। ହେଲେ ଏହି ସାମଗ୍ରୀ ନିଜ ଦେଶରେ ବିକାଶ କରି ଚାଇନା ଏହାର ଜବାବ ଦେଇଛି। ବିଶେଷଜ୍ଞମାନଙ୍କ ଅନୁମାନ ଯେ, ଚାଇନା କିଛି ବର୍ଷ ପରେ ସେହି ସ୍ତରରେ ପହଞ୍ଚତ୍ୟିବ।

ଚାଇନା ଏବେ ସୁଦ୍ଧା ବୈଦ୍ୟୁତିକ ଯାନ ଏବଂ ସୋଲାର ପ୍ୟାନେଲ ସମେତ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱରେ ଆଗରେ ରହିଛି। ଟେସ୍‌ଲା ମାଲିକ ଏଲନ ମସ୍କ କହିଛନ୍ତି, ଚାଇନାରେ ଥିବା କାରଖାନାରେ ତାଙ୍କ କମ୍ପାନୀ ଦ୍ୱାରା ସବୁଠୁ ଭଲ କାର୍‌ ତିଆରି ହେଉଛି। କିନ୍ତୁ ଚାଇନାରେ ସ୍ଥାନୀୟ ବ୍ରାଣ୍ଡ୍‌ ଦ୍ୱାରା ତିଆରି ହେଉଥିବା କାର୍‌ଗୁଡ଼ିକ ବିଶ୍ୱର ସର୍ବୋତ୍ତମ ଏବଂ ଶସ୍ତା ବୋଲି ବିଚାର କରାଯାଉଛି। ଅପରପଟେ ଆମେରିକା ଗ୍ୟାସ୍‌ କାର୍‌ ଓ ପେଟ୍ରୋଲଚାଳିତ ଟ୍ରକ୍‌ରେ ଅଟକି ରହିଛି। ବାସ୍ତବରେ ଏହି ଶିଳ୍ପ ଏବେ ବନ୍ଦ ହେବା ଉପରେ। ଆମେରିକୀୟ କମ୍ପାନୀ ଫୋର୍ଡ ଏବଂ ଜେନେରାଲ ମୋଟର୍ସ ପ୍ରତିଦ୍ୱନ୍ଦ୍ୱିତା ନ କରି ଚାଇନାର କାରଗୁଡ଼ିକୁ ଶୁଳ୍କ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ମାଧ୍ୟମରେ ବନ୍ଦ କରି ତିଷ୍ଠି ରହିବାକୁ ଚେଷ୍ଟା କରୁଛନ୍ତି। ଦୁଇଟି କାରଣ ପାଇଁ ଏହି ଉପାୟ ବେଶିଦିନ ଚାଲିବ ନାହିଁ। ପ୍ରଥମଟି ହେଉଛି ଗ୍ରାହକଙ୍କ ଆଗ୍ରହ ଏବଂ ରଣନୀତିକ କାରଣରୁ ଲୋକଙ୍କୁ ଶସ୍ତା ବିକଳ୍ପ ନ ଦେବା। ଅନ୍ୟଟି ହେଉଛି ଆଗକୁ ବୈଦ୍ୟୁତିକ ଯାନର ଚାହିଦା ରହିବ ଏବଂ ଏହାକୁ ବାଧ୍ୟତାମୂଳକ କରା ନ ଗଲେ ପେଟ୍ରୋଲଚାଳିତ ଗାଡ଼ି ହଟିବ ନାହିଁ। ଚାଇନାର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଆମେରିକା ଅର୍ଥ ବ୍ୟବସ୍ଥାର ପାଖାପାଖି ଦୁଇ ତୃତୀୟାଂଶ ଏବଂ ସମଗ୍ର ୟୁରୋପୀୟ ୟୁନିଅନ ଅର୍ଥ ବ୍ୟବସ୍ଥାର ଆକାର ସହ ସମାନ। ଚାଇନା ଆସନ୍ତା ୧୦ ବର୍ଷ ମଧ୍ୟରେ ଆମେରିକା ପାଖାପାଖି ପହଞ୍ଚତ୍ୟିବ। ଚାଇନା ବ୍ୟତୀତ ଅନ୍ୟ କୌଣସି ଦେଶ ତାହା କରିନାହାନ୍ତି କିମ୍ବା କରିବାକୁ ଚେଷ୍ଟା କରୁନାହାନ୍ତି। ସୋଭିଏଟ୍‌ ସଂଘର ପତନ ପୂର୍ବରୁ ଏହାର ଅର୍ଥ ବ୍ୟବସ୍ଥାର ଆକାର ଆମେରିକାର ଏକଚତୁର୍ଥାଂଶ ଥିଲା। କିନ୍ତୁ ତାହା ଏକ ଭିନ୍ନ ସମୟ ଥିଲା ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ରୁଷୀୟମାନେ ଚାଇନା ଭଳି ପ୍ରାଧାନ୍ୟ ବିସ୍ତାର କରି ନ ଥିଲେ। ଏବେ ଚାଇନା ହେଉଛି ବିଶ୍ୱର ସର୍ବବୃହତ୍‌ ଉତ୍ପାଦକ ଏବଂ ସମସ୍ତ ସାମଗ୍ରୀର ଏକ ତୃତୀୟାଂଶ ଉପତ୍ାଦନ କରୁଛି। କୋଭିଡ୍‌ ପରଠାରୁ ଚାଇନା ଅଭିବୃଦ୍ଧି ମାନ୍ଦା ରହିଥିଲା। କିନ୍ତୁ ଏହା ଏବେ ପୂରା ମଜଭୁତ ହୋଇଛି। ୨୯ ନଭେମ୍ବରରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଆମେରିକା ତୁଳନାରେ ଏହାର ଅଭିବୃଦ୍ଧି ଦୁଇଗୁଣ ହାରରେ ବଢୁଛି। ଭାରତର ମଧ୍ୟ ସେହି ସମାନ ହାରରେ ବଢୁଛି, ଯଦିଓ ଚାଇନାର ଅର୍ଥ ବ୍ୟବସ୍ଥା ଭାରତଠାରୁ ପାଞ୍ଚଗୁଣ ଅଧିକ। ଚାଇନାର ଅର୍ଥ ବ୍ୟବସ୍ଥା ଯେଉଁ ଗତିରେ ବୃଦ୍ଧି ପାଇଛି ତାହାକୁ ଭବିଷ୍ୟତରେ ଅଟକାଇବା ଆମେରିକା ପାଇଁ ସହଜ ହେବ ନାହିଁ। ବର୍ତ୍ତମାନ ଭୂ-ରାଜନୈତିକ ସ୍ଥିତି ହେଉଛି ପ୍ରମୁଖ ପ୍ରସଙ୍ଗ। ଚାଇନା କିଭଳି ସମାନ ନ ହେବ ତାହା ଉପରେ ଆମେରିକା କ’ଣ କରିପାରିବ? ଯଦି ଅଧିକ କିଛି କରି ନ ପାରିବ ତେବେ ଆମେରିକା ସହ ଚାଇନା ସମାନ ହେଲେ ତା’ପରେ ବିଶ୍ୱର ସର୍ବବୃହତ୍‌ ଶକ୍ତି ହୋଇଯିବ କି? ଆମେ କିଛି ବର୍ଷ ମଧ୍ୟରେ ଉଭୟର ଉତ୍ତର ପାଇଯିବୁ। ଅନେକ ପ୍ରମୁଖ ପ୍ରସଙ୍ଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଗତ କିଛି ଦଶନ୍ଧି ଧରି ବିଶ୍ୱରେ ଆମେରିକା ଓ ତାହାର ମେଣ୍ଟ ଯାହା କରି ଆସିଛନ୍ତି ତାହା କରିବାକୁ ସକ୍ଷମ ହେବେ ନାହିଁ।

ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ଦେଶ। କିନ୍ତୁ ଆମ ପାଇଁ ଦୁର୍ଭାଗ୍ୟର କଥା ହେଉଛି, ଏକ୍ଷେତ୍ରରେ ଆମ ଭୂମିକା ସୀମିତ। ଆମେ କେବଳ ଦେଖଣାହାରି ହୋଇ ରହିଛୁ, କାରଣ ଚାଇନା ଯାହା କରିଛି ତାହା ଆମେ କରିବାକୁ ସକ୍ଷମ ହୋଇନାହୁଁ। ୧୯୯୦ରେ ଭାରତ ଏବଂ ଚାଇନା ଅର୍ଥ ବ୍ୟବସ୍ଥା ତଥା ମୁଣ୍ଡପିଛା ଜିଡିପି ସମାନ ଥିଲା (ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ ଭାରତ ସାମାନ୍ୟ ଆଗରେ ରହିଥିଲା)। ସାଢ଼େ ତିନି ଦଶନ୍ଧିର ‘ଉଦାରୀକରଣ’ ଏବଂ ମୋଦିଙ୍କ ଅଧୀନରେ ଏକ ଦଶନ୍ଧିର ଶାସନରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୧୪ରେ ଚାଇନାର ମୁଣ୍ଡପିଛା ଜିଡିପି ୭୬୦୦ ଡଲାର ଏବଂ ଆମର ୧୫୫୯ ଡଲାର ଥିଲା। ଏକ ଦଶନ୍ଧି ପରେ ସେମାନେ ଏବେ ୧୨୬୧୪ ଡଲାରରେ ଥିବାବେଳେ ଆମର ଏହା ୨୪୦୦। ଯେକୌଣସି ପରିସ୍ଥିତିରେ, କେବଳ କଥାରେ ବେଶି ଦିନ ଚାଇନା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମେ ଚାହଁୁନାହଁୁ। ସମଗ୍ର ଭୂରାଜନୈତିକ ଦୃଶ୍ୟପଟରେ ଭାରତ ଆଗରେ ଅନେକ ଦୃଷ୍ଟାନ୍ତ ଅଛି। ବ୍ରିଟେନ କିମ୍ବା ଫ୍ରାନ୍ସ ଉଭୟ ଶକ୍ତି ଖଟାଇଥିଲେ ମଧ୍ୟ ତାହାର କୌଣସି ମୂଲ୍ୟ କି ପ୍ରାସଙ୍ଗିକତା ରହିନାହିଁ। ଭାରତର ଅବସ୍ଥା ଠିକ୍‌ ସେହିପରି। ଏତେ ସାମର୍ଥ୍ୟ ଓ ସମ୍ଭାବନା ଥିବା ଏକ ଦେଶ ପାଇଁ ଏହା ଲଜ୍ଜାଜନକ। ଅନ୍ୟପକ୍ଷରେ, ଏକ ବାସ୍ତବ ବିକାଶ ବଦଳରେ ଆମେ ଆମ ଭିତରେ ଲଢୁଛୁ ଏବଂ ବହୁ ଶତାବ୍ଦୀ ପୂର୍ବର ବିବାଦଗୁଡ଼ିକୁ ଉଖାରି ବାହାର କରିବାରେ ବେଶ୍‌ ଆନନ୍ଦ ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

କ୍ଷତିପୂରଣ ନା ତୁଷ୍ଟୀକରଣ

ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର...

ଜୀବନରେ ଚାପର ତାପ

ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ନିଜସ୍ବ ଚାପ ଓ ଚାପଶକ୍ତି ରହିଛି। ବିଜ୍ଞାନରେ ବାୟୁଚାପ ଓ ଜଳଚାପ ପଢ଼ିଛେ। ଗ୍ଲାସରେ ଜଳପୂର୍ଣ୍ଣ କରି ତା’ ଉପରେ...

ଭାଇରସ୍‌ ଖେଳ

କୋଭିଡ୍‌-୧୯ ବା କରୋନା ଭୂତାଣୁ ସଂକ୍ରମଣ ସାମ୍ନାକୁ ଆସିବାର ୫ବର୍ଷ ପରେ ଏବେ ହ୍ୟୁମାନ ମେଟା ନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂକ୍ରମଣକୁ ନେଇ ନୂଆ ପରିସ୍ଥିତି...

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌...

ଡିଜିଟାଲ ଯୁଗରେ ଭାରତୀୟ ସଂସ୍କୃତି

ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣକୁ ସହଜ କରିଦେଇଛି ସତ, କିନ୍ତୁ ଏହା ଭୁଲ୍‌ ତଥ୍ୟକୁ ଅଧିକ ମାତ୍ରାରେ ବିସ୍ତାର କରୁଛି। ଭାରତୀୟ ସଂସ୍କୃତିର ସଂରକ୍ଷଣ ତଥା...

କୃଷକ ରେଜିଷ୍ଟ୍ରି: ବିତର୍କ ହେଉ

ଡିସେମ୍ବର ୨୮ ତାରିଖ ୨୦୨୪ରେ ଓଡ଼ିଶାର ପ୍ରମୁଖ ଖବରକାଗଜମାନଙ୍କରେ ବିଜ୍ଞାପନ ପ୍ରକାଶ ପାଇଛି ଯେ ଜାନୁଆରୀ ୧ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୃଷକ ରେଜିଷ୍ଟ୍ରି କାର୍ଯ୍ୟ...

କେବଳ ପୁରୁଷ ନୁହେଁ

ଗୋଟେ ଧାରଣା ରହିଆସିଛି ଯେ, ପୁରୁଷମାନେ ଆକ୍ରମଣକାରୀ ଓ କଠୋର ହୋଇଥିବା ବେଳେ ମହିଳାମାନେ ସର୍ବଦା ପୀଡ଼ିତା। ଯେତେବେଳେ କୌଣସି ମହିଳାଙ୍କୁ ନେଇ ଘରୋଇ ହିଂସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri