ଟଙ୍କା ଅର୍ଜନ କରି ଧନୀ ହେବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା। ଗରିବ କିମ୍ବା ଧନୀ, ଉଭୟଙ୍କ ପାଇଁ ଟଙ୍କା ମୂଲ୍ୟବାନ୍। ମାତ୍ର ତାଙ୍କୁ ନେଇ ଭଗବାନଙ୍କ୍ କ’ଣ ଇଚ୍ଛା ତାହା କେହି ଜାଣନ୍ତି ନାହିଁ।
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟର ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ କିଛି ପ୍ରତିକାର ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଜଣେ ବ୍ୟକ୍ତି କିପରି ଭଗବାନଙ୍କୁ ଉପାସନା କରିବା ଠିକ୍। ଜାଣନ୍ତୁ ସେ ସମ୍ପର୍କରେ…
ଚାଣକ୍ୟ କହିଛନ୍ତି, ନିଜ ହାତରେ ଗୁନ୍ଥା ହୋଇଥିବା ଫୁଲମାଳ, ନିଜ ହାତରେ ପ୍ରସ୍ତୁତ ଚନ୍ଦନ, ନିଜ ହାତରେ ଲେଖାଥିବା ଭଗବାନଙ୍କ ସ୍ତୁତି ପଢ଼ି ଜଣେ ବ୍ୟକ୍ତି ମଧ୍ୟ ଇନ୍ଦ୍ରଙ୍କ ଧନକୁ ବସ କରିପାରିବ। ଏମିତି କରିବା ଦ୍ୱାରା ଧନ ଲାଭ ହେବା ସହ ସଫଳତା ମିଳିବ।