ନିଟ୍‌ ପେପର୍‌ ଲିକ୍‌ ଭଳି ଦିନେ ବଜେଟ୍‌ ପେପର୍‌ ହୋଇଥିଲା ଲିକ୍‌, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୭।୯: ନିଟ୍‌ ପେପର୍‌ ଲିକ୍‌ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଆମ ଦେଶରେ ପ୍ରଶ୍ନପତ୍ର ଲିକ୍‌ ନୂଆ କଥା ନୁହେଁ, ପୂର୍ବରୁ ଏପରି ଅନେକ ଥରେ ହୋଇଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏକଦା ଭାରତରେ ବଜେଟ ପେପର୍‌ ମଧ୍ୟ ଲିକ ହୋଇଥିଲା। ଏଥିପାଇଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ପଦରୁ ବିଦା କରାଯାଇଥିଲା।

ବିବିସି ରିପୋର୍ଟ ଅନୁଯାୟୀ, ଦେଶର ବଜେଟ ୧୯୫୦ରେ ସଂସଦରେ ଉପସ୍ଥାପିତ ହେବା ପୂର୍ବରୁ ଲିକ୍‌ ହୋଇଥିଲା। ଏହି କାରଣରୁ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ତତ୍କାଳୀନ ଅର୍ଥମନ୍ତ୍ରୀ ଜନ ମାଥାଇଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଏହି ଘଟଣା ପରେ ବଜେଟର ମୁଦ୍ରଣ ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ସୂଚନାଥାଉ କି, ୧୯୫୦ ପର୍ଯ୍ୟନ୍ତ, ରାଷ୍ଟ୍ରପତି ଭବନରେ ବଜେଟ ଛପା ଯାଉଥିଲା। କିନ୍ତୁ ଯେତେବେଳେ ବଜେଟ୍‌ ପେପର୍‌ ଲିକ ହେଲା, ସେତେବେଳେ ଅନ୍ୟତ୍ର ଛପାଯିବା ପାଇଁ ନିଷ୍ପତ୍ତି ନିଆଗଲା। ଏହାପରେ ନୂଆଦିଲ୍ଲୀର ମିଣ୍ଟୋ ରୋଡରେ ଅବସ୍ଥିତ ଏକ ପ୍ରେସରେ ବଜେଟ ଛପା ଯାଇଥିଲା। ଏହି ମୁଦ୍ରଣ ୧୯୭୯ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ, ୧୯୮୦ ମସିହାରୁ, ନର୍ଥ ବ୍ଲକର ତଳ ମହଲାରେ ନିର୍ମିତ ପ୍ରିଣ୍ଟିଂ ପ୍ରେସରେ ବଜେଟ ଛପା ହେବା ଆରମ୍ଭ ହୋଇଥିଲା। ଯାହା ଆଜି ଯାଏଁ ବି ଚାଲୁ ରହିଛି।

ବଜେଟ ଉପସ୍ଥାପନା ପୂର୍ବରୁ ହାଲୱା ସମାରୋହ ଅନୁଷ୍ଠିତ ହୁଏ। ଏହି ସମାରୋହ ପରେ ଅର୍ଥ ମନ୍ତ୍ରଣାଳୟ ଏବଂ ବଜେଟ ସହିତ ଜଡିତ ପ୍ରାୟ ୧୦୦ କର୍ମଚାରୀ ନର୍ଥ ବ୍ଲକର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରେ କଡା ସୁରକ୍ଷାରେ କିଛିଦିନ ଯାଏଁ ରହିଥା’ନ୍ତି। ଯେତେବେଳେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରନ୍ତି, ସେତେବେଳେ ଯାଇ ଏହି କର୍ମଚାରୀମାନଙ୍କୁ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ଅନୁମତି ଦିଆଯାଏ । ତେବେ ଏପରି ନିୟମ ପୂର୍ବପରି ବଜେଟ ଲିକ୍‌ ନ ହେବା ପାଇଁ କରାଯାଇଛି । ବର୍ତ୍ତମାନ ବଜେଟ ବ୍ରିଫକେସ୍‌କୁ ଏକ ଲାଲ ବ୍ୟାଗରେ ପରିବର୍ତ୍ତନ କରାଯାଇଛି। ବଜେଟ ବର୍ତ୍ତମାନ କାଗଜ ବଦଳରେ ମେଡ ଇନ ଇଣ୍ଡିଆ ଟାବଲେଟରୁ ପଢାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri