Categories: ଜାତୀୟ

ହାତରେ ମାତ୍ର ଗୋଟିଏ ଦିନ, କରିଦିଅନ୍ତୁ ଆଧାର ଅପଡେଟ୍‌, ୧୫ରୁ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୧୩।୯: ହାତରେ ମାତ୍ର ଗୋଟିଏ ଦିନ । ଜଲଦି କରନ୍ତୁ ନିଜ ଆଧାର ଅପଡେଟ । ନଚେତ ସେପ୍ଟେମ୍ବର ୧୫ରୁ ଲାଗିବ ଦେବାକୁ ପଡିବ ଟଙ୍କା। ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ସମସ୍ତ କାର୍ଯ୍ୟ ଅଟକିଯାଏ । ଯଦି ଆପଣଙ୍କର ଆଧାର କାର୍ଡ ନାହିଁ ତେବେ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଯଦି ଆଧାର କାର୍ଡରେ କେଣସି ଭୁଲ ଅଛି କିମ୍ବା ଏହା ସଠିକ ଭାବରେ କରାଯାଇ ନାହିଁ ତେବେ ଆପଣ କେଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ସମର୍ଥ ହେବେ ନାହିଁ ।

ଅନେକ ଥର ଲୋକମାନେ ଆଧାର କାର୍ଡରେ ଭୁଲ ତଥ୍ୟ ଦେଇଥାନ୍ତି । ଯାହା ପରେ ସମସ୍ୟା ହୋିଥାଏ। ଏଭଳି ପରିସ୍ଥିତିରେ UIDAI ଆଧାର କାର୍ଡ ଅପଡେଟ କରିବାର ସୁଯୋଗ ଦେଇଥାଏ । ଯଦି ଆପଣ ଆଧାର କାର୍ଡରେ କିଛି ଅପଡେଟ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ମାଗଣାରେ ଅପଡେଟ କରିପାରିବେ । କିନ୍ତୁ ଆପଣ କେବଳ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ଅର୍ଥାତ୍‌ ଆପଣଙ୍କ ପାଖରେ ଆଉ ମାତ୍ର ଗୋଟିଏ ଦିନର ସମୟ ଅଛି।

କିନ୍ତୁ ଏହା ପରେ ଯଦି ଆପଣ ଆପଣଙ୍କର ଆଧାର କାର୍ଡ ଅପଡେଟ କରନ୍ତି । ତା’ପରେ ଆପଣଙ୍କୁ ଏଥିପାଇଁ ୫୦ଟଙ୍କା ଫି ଦେବାକୁ ପଡିବ । ଆଧାର କାର୍ଡରେ ଜନ୍ମ ତାରିଖ, ନାମ ଏବଂ ଠିକଣାକୁ ସହଜରେ କେତେଥର ଅପଡେଟ କରିପାରିବେ ଜାଣନ୍ତୁ।

ଆପଣ ନିଜ ଜୀବନରେ ଆଧାର କାର୍ଡରେ ଦୁଇଥର ପରିବର୍ତ୍ତନ କରିପାରିବେ । ବିବାହ ପରେ ନାମ ପରିବର୍ତ୍ତନ ହେଲେ, ଏହି କାମ ହୋଇପାରିବ, ଯାହା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ, ଜୀବନରେ ଥରେ ଲିଙ୍ଗ ପରିବର୍ତ୍ତନ କରାଯାଇପାରିବ । ଆପଣଙ୍କର ଜନ୍ମ ତାରିଖ ଅପଡେଟ କରିବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ବେଳେବେଳେ ଏହା ହେତୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତଥାପି ଯଦି ଆପଣ ଏହାକୁ ଠିକ କରିପାରିବେ । ଏଥିପାଇଁ ତୁମର ଆବଶ୍ୟକୀୟ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ । ଆଧାର କାର୍ଡରେ ଆପଣଙ୍କର ଠିକଣା ଅପଡେଟ କରିବାର କେଣସି ସୀମା ନାହିଁ । ଅନ୍ୟ ଜାଗାର ବାସିନ୍ଦା ହେବା ମାତ୍ରେ ଏହାକୁ ଯେତେବେଳେ ଚାହିଁଲେ ଆଧାର କାର୍ଡରେ ଅପଡେଟ କରିପାରିବ ।

Share