କେବଳ ଗୁଜବ

ତାପସୀ ପାନ୍ନୁଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏକ ନୂଆ ସିନେମା ପାଇଁ ସେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଯେତେବେଳେ ଏକଥା ବିଷୟରେ ତାପସୀ ଜାଣିଲେ, ସେତେବେଳେ ତାହାକୁ ବିଶ୍ୱାସ କରିପାରି ନ ଥିଲେ। ଏହି ବିଷୟକୁ ନେଇ କିଛି ଦିନ ନୀରବତା ଅବଲମ୍ବନ କରିବା ପରେ ଶେଷକୁ ବାଧ୍ୟ ହୋଇ ମୁହଁ ଖୋଲିଛନ୍ତି। ‘ମୁଁ ପାରିଶ୍ରମିକ ବଢ଼ାଇ ଦେଇଛି-ଏକଥା ଆପଣମାନଙ୍କ ନିକଟରୁ ଶୁଣୁଛି। ନିକଟରେ ମୋର କୌଣସି ଏଭଳି ଯୋଜନା ନ ଥିଲା କି ଆଗକୁ ମଧ୍ୟ ନାହିଁ। ସେଭଳି ସମୟ ଆସିଲେ ଦେଖାଯିବ। କେହି ହୁଏତ ମୋ ବିରୁଦ୍ଧରେ ଅପପ୍ରଚାର ଚଳାଇଛି। ଏପରି କଥାକୁ କେହି ବିଶ୍ୱାସ କରିବା ଠିକ୍‌ ନୁହେଁ। ଏକଥା ସତ ଯେ ନିକଟରେ ଜଣେ ନୂଆ ପ୍ରଯୋଜକ ମୋତେ ତାଙ୍କ ଫିଲ୍ମରେ ଆକ୍ଟିଂ କରିବାକୁ ଅଫର ଦେଇଛନ୍ତି ଏବଂ ସେଥିରେ ମୁଁ ରାଜି ହୋଇଛି। ଏଥିରେ ମୋତେ ଦର୍ଶକ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ। ହେଲେ ଏହି ଫିଲ୍ମ ପାଇଁ ମୁଁ ପାରିଶ୍ରମିକ ବଢ଼ାଇ ଦେଇଛି ଏବଂ ସେଥିରେ ପ୍ରଯୋଜକ ରାଜି ହୋଇଛନ୍ତି-ଏକଥା ଗୁଜବ ବ୍ୟତୀତ ଆଉ କିଛି ନୁହେଁ। ମୁଁ ସବୁବେଳେ ଭିନ୍ନ ଭିନ୍ନ ଭୂମିକାରେ ଦର୍ଶକଙ୍କ ସାମ୍‌ନାକୁ ଆସିବାକୁ ଚାହେଁ।’ ଏବେ ତାପସୀଙ୍କ ହାତରେ ଥିବା ହିନ୍ଦୀ ସିନେମାଗୁଡ଼ିକ ହେଉଛି-‘ଓ ଲଡକି ହେ କାହଁ।’ (ଶୁଟିଂ ଶେଷ ହୋଇଛି) ଏବଂ ‘ଫିର୍‌ ଆୟି ହସୀନ ଦିଲରୁବା’।

Share