ଡିଜେ ଜକି ଭାବେ କାମ କରୁଥିଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୨୭।୧୦: ଦେଶର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଖଣ୍ଡପୀଠର ପ୍ରତିଟି ମାମଲାରେ ନିଜର ସ୍ବତନ୍ତ୍ର ରାୟ ଶୁଣାଇ ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପ୍ରତିଟି ମାମଲାର ତାଙ୍କର ସ୍ବତନ୍ତ୍ର ଆଭିମୁଖ୍ୟକୁ ସମସ୍ତେ ପସନ୍ଦ କରନ୍ତି। ତାହେଲେ ଆପଣ କେବେ ତାଙ୍କ ଯୁବାବସ୍ଥାର କାହାଣୀ ଶୁଣିଛନ୍ତି କି।

ଚନ୍ଦ୍ରଚୂଡ ତାଙ୍କ କଲେଜ ସମୟରେ ଡିଜେ ଅର୍ଥାତ ଡିସ୍କ ଜକି ଭାବରେ କାମ କରୁଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଡିଜେ ଜକି ଭାବରେ କାମ କରିବା ସହ ସେ ଅଲ ଇଣ୍ଡିଆ ରେଡିଓ ପାଇଁ ହିନ୍ଦୀ ଏବଂ ଇଂରାଜୀରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲେ। ପ୍ରତିଦିନ ସେ ସକାଳ ୫ଟାରୁ ରେକର୍ଡିଂ ପାଇଁ ରେଡିଓ ଷ୍ଟେଶନରେ ପହଞ୍ଚି ଯାଉଥିଲେ। ସେଠାରୁ କାମ ସାରି କଲେଜ ଯାଉଥିଲେ। କଲେଜ ପରେ, ସେ ପୁଣି ଷ୍ଟେଶନକୁ ଫେରି ରାତି ୯ଟା ପର୍ଯ୍ୟନ୍ତ ରେକଡିର୍ଂ କରୁଥିଲେ। ସଙ୍ଗୀତ ପ୍ରତି ସିଜେଆଇଙ୍କର ଆଜି ବି ଆଗ୍ରହ ଜାରି ରହିଛ।

Share