Categories: ଜାତୀୟ

ଏନ୍‌ଏଚ୍‌ଆରସିର ନୂଆ ଅଧ୍ୟକ୍ଷ ବିଚାରପତି ଅରୁଣ ମିଶ୍ରା

ନୂଆଦିଲ୍ଲୀ,୧।୬: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରା ଜାତୀୟ ମାନବଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ଏହି ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିସହ ମହେଶ ମିତଲ କୁମାର ଓ ଡା. ରାଜୀବ ଜୈନ ଏହି ଆୟୋଗର ସଦସ୍ୟ ରହିବେ। ସୂଚନା ମୁତାବକ ବିଚାରପତି ଅରୁଣ ମିଶ୍ରା ମଧ୍ୟପ୍ରଦେଶ ଜବଲପୁରର ବାସିନ୍ଦା ଅଟନ୍ତି। ସେ ବିଜ୍ଞାନରେ ଏମ୍‌ଏ ଡିଗ୍ରୀ ହାସଲ କରିବା ପରେ ଆଇନ ପାଠ୍ୟକ୍ରମ ପଢ଼ିଥିଲେ। କାରଣ ତାଙ୍କ ରୁଚି ଏଥିରେ ରହିଥିଲା। ତେବେ ୨୧ ବର୍ଷ ଓକିଲାତି କରିବା ପରେ ୧୯୯୯ରେ ସେ ପ୍ରଥମ ଥର ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

Share